Breaking News

ଅତାବିରାରେ ବ୍ଲକ ସ୍ତରୀୟ ଜନଶୁଣାଣୀ


N das
Atabira
ବରଗଡ଼-----    ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରିସରରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଅଧ୍ୟକ୍ଷା ରୀତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।  ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଲକ୍ଷ୍ୟପତି ବେହେରା,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋପୀନାଥ କାଲୋ,ବ୍ଲକ ଅତିରିକ୍ତ ପ୍ରୋଗ୍ରାମିଙ୍ଗ ଅଧିକାରୀ ପୁଷ୍ପାଞ୍ଜଳି ମହାକୁଡ଼ ଉପସ୍ଥିତ ରହିଥିଲେ । ସରପଞ୍ଚ,ସମିତି ସଭ୍ୟ ଜିଲ୍ଲା ପରିଷଦ,ୱାର୍ଡ ମେମ୍ବର,ଜବ କାର୍ଡ ଧାରୀ,ପଞ୍ଚାୟତ ସଂପାଦକ ଓ ଗାଁରେ ଥିବା ମେଟ ମାନଙ୍କୁ ନେଇ ଗ୍ରାମ ମାନଙ୍କରେ ସଭା କରାଇ ସରକାରଙ୍କ ବିଭିନ୍ନ ଯୋଜନା ତଥା ଗ୍ରାମ ମାନଙ୍କର ସମସ୍ତ ସମସ୍ୟାକୁ ନେଇ ଆଲୋଚନା କରିବା ପରେ ସମସ୍ତ କାମ ଗୁଡିକ କରିବା ପାଇଁ ଆଜିର ସଭାରେ ଆଲୋଚନା ହେଇଥିଲା । କୌଣସି ସାର୍ଟିପିକେଟ ଯଦି ଆବେଦନ କରାଯାଏ ତା ହେଲେ ନିକଟସ୍ଥ ଆରଆଇ ଓ ନିକଟସ୍ଥ ଜନ କଲ୍ୟାଣ କେନ୍ଦ୍ର ମାନଙ୍କୁ ଯାଇ ସାର୍ଟିପିକେଟ ପାଇଁ ସରକାରଙ୍କ ଧାର୍ଯ୍ୟ ଥିବାର ଫିସ ଦେବାକୁ ପଡୁଥିଲା। କିନ୍ତୁ ଚଳିତ ୧ତାରିଖ ୨୦୨୦ ମସିହାରୁ ଆଉ ଏହି  ସ୍କିମ ଉଠାଯାଇଛି  । କୌଣସି ବ୍ୟକ୍ତି ଯଦି ବାହାରେ ବସବାସ କରୁଛନ୍ତି ସେ ସେଠି ଥାଇ ଆବେଦନ କରି ସେଇ ଠାରୁ ସାର୍ଟିପିକେଟ ପାଇପାରିବେ।  ସମ୍ପୁର୍ଣ୍ଣ ପୁରୁଣା ବ୍ୟବସ୍ଥାକୁ ହଟାଇ ନୂତନ ବ୍ୟବସ୍ଥା ପ୍ରଣୟନ କରିବା ଦ୍ୱାରା ଲୋକେ ନିଶ୍ଚିନ୍ତରେ ଏହି ସବୁ ସୁବିଧା ପାଇ ପାରିବେ ବୋଲି ଆଜି ସଭାରେ ଆଲୋଚନା ହେଇଥିଲା।ଏହା ସଙ୍ଗେ ସଙ୍ଗେ ଗାଁ ମାନଙ୍କରେ ସରକାରଙ୍କ ୨ଶହ ଟି ଯୋଜନା ରହିଛି ଏବଂ ପ୍ରାୟ ଦୁଃଖୀ ଦରିଦ୍ର ତଥା ଅନ୍ଧ ମୁକ ବଧିର ମାନେ ମଧ୍ୟ ଏହି ଯୋଜନାରେ ସଂଶ୍ଲିଷ୍ଟ ରହି ଲାଭ ଉଠାଇ ପାରିପାରିବେ।ଏବେ ସିଧାସଳଖ ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଆବଶ୍ୟକୀୟ ପ୍ରମାଣ ପତ୍ର ପାଇ ପାରିବେ।ଜାନୁୟାରୀ୧୫ତାରିଖ ମଧ୍ୟରେ ୨୪ଟି ପଞ୍ଚାୟତର ସମସ୍ତ ଗାଁ ମାନଙ୍କରେ ଶ୍ରମିକ ସଂଘ ଗଠନ କରିବାସହ ରିଜୁଏଲେସନ କରିବେ।ଏହାର ୫ଦିନ ପୂର୍ବରୁ ଶ୍ରମିକ ସଂଘ ଓ ଜବ କାର୍ଡ ଧାରୀ ମାନଙ୍କୁ ସରପଞ୍ଚ ଜରିଆରେ ସୂଚନା ଦେବେ ଯେ ଉକ୍ତ ତାରିଖରେ ସେହି ପଞ୍ଚାୟତରେ ଏକ ସଭା ଆୟୋଜନ ହେବ ସେଥିରେ ଯେଉଁ ଶ୍ରମିକ ମାନଙ୍କର ଜବ କାର୍ଡ ନ ଥିବ ସେମାନେ ଆବେଦନ କରିପାରିବେ ।  ଯେଉଁ ଜବ କାର୍ଡ ଧାରୀଙ୍କ କାର୍ଡ ଥିବ ତାହାରି ନାମରେ ଆଧାର ଓ ବ୍ୟାଙ୍କ ଏକାଉଣ୍ଟ ଥିବ ।  ସେମାନେ ସରକାରଙ୍କ ଯେଉଁ ୨ଶହ ପ୍ରକାର ଯୋଜନା ଅଛି ସେମାନେ ସେଥିରେ ଅନ୍ତର୍ଭୁକ୍ତ ରହି ନିଜର ଗୁଜୁରାଣ ମେଣ୍ଟେଇ ପାରିବେ। ଅତାବିରା ବ୍ଲକରେ ୨୬ହଜାର ୯୨୦ଜଣଙ୍କୁ ଜବ କାର୍ଡ ଦିଆଯାଇଛି କିନ୍ତୁ ଯୋଜନା ଜାଣି ନଥିବାରୁ ହିତାଧିକାରୀ ମାନେ ସରକାରଙ୍କ ଯୋଜନା ରୁ ବଞ୍ଚିତ ରହୁଛନ୍ତି। ଟପ୍ପୋ ଅତିରିକ୍ତ ପ୍ରୋଗାମିଙ୍ଗ ଅଧିକାରୀଙ୍କୁ ପ୍ରତ୍ୟେକ ଆସିଥିବା ସରପଞ୍ଚ ମାନଙ୍କୁ ଅନ୍ତତଃ ଶହେ ଟି ଲେଖାଏଁ  ଜବ କାର୍ଡ ଧାରୀ ମାନଙ୍କୁ ଏହି କାମ ଉପରେ ଅବଗତ କରାଇ ବିଭିନ୍ନ କାମରେ ନିୟୋଜିତ କରିବା ପାଇଁ  ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଆସନ୍ତା ୨୬ତାରିଖରେ ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ସଭା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତାବିରା ବ୍ଲକରେ ୨୬ହଜାର ୯୨୦ଜଣଙ୍କୁ ଜବ କାର୍ଡ ରହିଛନ୍ତି ।କିନ୍ତୁ ଯୋଜନା ଜାଣି ନଥିବାରୁ ହିତାଧିକାରୀ ମାନେ ବଞ୍ଚିତ ରହୁଛନ୍ତି ବୋଲି ଆଲୋଚନା କରାଯାଇଥିଲା ।  ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଲକ୍ଷ୍ୟପତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts