 |
Baragarh |
ବରଗଡ--- ବରଗଡ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ଶେଷ ହୋଇଯାଇଛି । ମଥୁରା ନଗରୀରେ ବୀର ପ୍ରତାପ କଂସ ଚଳାଇଥିବା କୁଶାସନର ଯବନିକା ପଡିଛି । ଭଣଜା ପ୍ରଭୁ କୃଷ୍ଣ ଓ ବଳରାମଙ୍କ ଦ୍ୱାରା ନିହତ ହୋଇଛି । ମଥୁରା ନଗରୀ ଏବେ ଶାନ୍ତି ଫେରି ଆସିଛି । କଂସ ରାଜାଙ୍କର ଶାସନରେ ଲୋକମାନେ ଅତିଷ୍ଠ ହୋଇ ପଡିଥିଲେ । କଂସରାଜାଙ୍କର ବାପା ତଥା କୃଷ୍ଣଙ୍କର ଅଜା ଉଗ୍ରସେନଙ୍କ ରାଜାଭିଷେକ କରିଛନ୍ତି । ଏହା ସହିତ ମାତା ଦେବକୀ ଓ ପିତା ବସୁଦେବଙ୍କୁ କାରଗାରରୁ ମୁକ୍ତ କରିଛନ୍ତି ଦୁଇ ଭାଇ । ଏହା ସହିତ ୭୧ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ହୋଇଛି । କଂସ ହୋଇଥିବା ଭୁବନେଶ୍ୱର ପ୍ରଧାନ ନିଜର ପାପ ପାଇଁ ପୁରୀ ମହେଦଧିରେ ସ୍ନାନକରି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ଦୋଷ ତ୍ରୁଟି ପାଇଁ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କୁ କ୍ଷମା ମାଗି ପ୍ରାୟଶ୍ଚିତ କରିବେ । ଏ ବର୍ଷ ଧନୁଯାତ୍ରା ପ୍ରଥମ ଦିନରୁ ବେଶ ଆକର୍ଷଣ ହୋଇ ଉଠିଥିଲା । ଧନୁଯାତ୍ରା ପରିଚାଳନା କମିଟି ଓ ପ୍ରଶାସନର ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ ଧନୁଯାତ୍ରା ଶେଷ ହୋଇଛି ।
ବରଗଡରୁ ନବୀନ ଦାଶଙ୍କ ରିପୋର୍ଟ