Breaking News

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ରକ୍ତଦାନ ଶିବିର


 D Senapati
Delang
ଡେଲାଙ୍ଗ--- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି । ଆଜି ଦ୍ୱତୀୟ ଦିବସରେ ଏକ ରକ୍ତାଦାନ ଶିବିର ଆୟୋଜନ କରାଯାଇଛି । ଆମ ଓଡିଶା ଓ ସୁବର୍ଣ୍ଣ ଜୟନ୍ତୀ ପରିଚାଳନା କମିଟିର ସହଯୋଗରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ଶିବିରକୁ ସୁବର୍ଣ୍ଣ ଜୟନ୍ତୀ ପୁରାତନ ଛାତ୍ର ସଂସଦର ପରିଷଦ କମିଟିର ସଭାପତି ତଥା ଆଇନଜୀବୀ ଭୀମସେନ ପ୍ରଧାନ ପଦ୍ୱୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତ ଦାନ ମହାପୁଣ୍ୟ ବୋଲି କହିଥିଲେ  । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ସଭାପତିତ୍ୱ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସବୁର୍ଣ୍ଣ ଜୟନ୍ତୀର ସମ୍ପାଦକ ଘନଶ୍ୟାମ ପ୍ରଧାନ, ସଂଯୋଜକ ଅଶୋକ ପରିଡା, ସୁମନ୍ତ କୁମାର ପ୍ରଧାନ,  ଉପଦେଷ୍ଠା ଭାବେ ପ୍ରଦୀପ ପ୍ରଧାନ, ପବିତ୍ର ମୋହନ ଜେନା, ସୁନିଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  । ଖୋର୍ଦ୍ଧା ସରକାରୀ ରକ୍ତ ଭଣ୍ଡାର ପକ୍ଷରୁ ଡ. ସ୍ୱରୁପ ରଞ୍ଜନ ସାହୁ, ଲ୍ୟାବ ଟେକେସିଆନ ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ୱାଇଁ, ଅନୀତା ନାୟକ ରଶ୍ମିକାନ୍ତ ମହାରଣା ରକ୍ତ ସଂଗ୍ରହରେ ସହଯୋଗ କରିଥଲେ  । ଅମୀୟ ରଞ୍ଜନ ସ୍ୱାଇଁ, ସନ୍ଧ୍ୟାରାଣି ସାମନ୍ତରାୟ, ପୂଜାପୁଲ ରାୟ ଓ ଦୁର୍ଯ୍ୟୋଧନ ଜେନା ସ୍ୱେଚ୍ଛାସେବୀ ଭାବେ ସହଯୋଗ କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts