Breaking News

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜେଡିର ବନ୍ଧୁ ମିଳନ


 D senapati
Sakhigopal 
ସାକ୍ଷୀଗୋପାଳ---  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ଓ ସତ୍ୟବାଦୀ ଦୁଇଟି ବ୍ଳକକୁ ନେଇ ଗଠିତ  । ଉକ୍ତ ନିର୍ବାଚନ ମଣ୍ଡଳୀର ବିଜେଡି ଦଳ ପକ୍ଷରୁ ଏକ ବନ୍ଧୁ ମଳିନପର୍ବ ଭୁବନେଶ୍ୱର ଜୟଦେବ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା  । ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ବନ୍ଧୁ ମଳିନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ସମସ୍ତ ଜନପ୍ରତିନିଧି ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଭଲରେ ରଖନ୍ତୁ ବୋଲି କହିଥିଲେ । ସରପଞ୍ଚ, ସମିତିସଭ୍ୟସଭ୍ୟା, ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କ ସହିତ ଦୁଇ ବ୍ଳକର ବିଜେଡି ସଭାପତି ପ୍ରମୁଖ ଯୋଗଦେଇଥିଲେ  ।  ବିଶେଷ କରି ସତ୍ୟବାଦୀ ବ୍ଳକର ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର କଣାସ ବ୍ଳକର ବିଜେଡି ସଭାପତି ସୁରେଶ କୁମାର ସାହୁ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ  । ପ୍ରତି ପଞ୍ଚୟତରେ ମାସକୁ ଥରେ ଅଭିଯୋଗ ପକୋଷ୍ଠ ଖୋଲାଯିବ । ସେଠାରେ ଦଳୀୟ ଆଲେଚନା  ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ବୋଲି ନିଷ୍କତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ରାଉତରାୟଙ୍କ ଠାରୁ  ପ୍ରକାଶ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି