 |
PIPILI |
ପିପିଲି----- ପୁରୀ ଜିଲ୍ଲାରେ ପୁଣି ଏକ ପୋଲିସ ଖାକିରେ ଲାଗିଲା କଳଙ୍କ । ଜଣେ ବିବାହିତ ମହିଳାଙ୍କୁ କେସରେ ଫସାଇ ଦେବା ଭୟ ଦେଖାଇ କରୁଥିଲେ ଦେହ ସୁଖ । ଏବେ ଲଜ୍ୟା ସାମ୍ନାକୁ ଆସିଛି । ବଳଙ୍ଗା ଥାନାର ଏଏସଆଇ ଚିତରଞ୍ଜନ ଦାସଙ୍କ ନାମରେ ପିପିଲି ଏସଡିପିଓ ଦେବଦତ ବରାଳଙ୍କ ନିକଟରେ ବଳଙ୍ଗା ଥାନା ଅଞ୍ଚଳର ଜୈନିକ ମହିଳା ଲିଖିତ ଅଭିଯୋଗ ଆଣିଛନ୍ତିି । ମିଳିଥିବା ସୂଚନା ମୁତାବକ କିଛିଦିନ ତଳେ ପାରିବାରିକ କଳହକୁ ନେଇ ଜୈନିକ ମହିଳା ଶ୍ୱଶୁର ଙ୍କ ନାମରେ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ନେଇ ଆସିଥିଲେ । ସେଦିନ କାର୍ଯ୍ୟରତ ପୁଲିସ ଏସଆଇ ଚିତ ରଞ୍ଜନ ଦାସ ମହିଳାଙ୍କୁ ପ୍ରଥମେ ତାଙ୍କ ରୁମକୁ ଡାକିଥିଲେ । ଏବଂ ତାଙ୍କୁ କେଶରେ ସାହାର୍ଯ୍ୟ କରିବା ପାଇଁ ବାବୁ ପ୍ରତିଶୃତି ଦେଇଥିଲେ । ଏଏସଆଇ ଶ୍ରୀ ଦାସ ମହିଳା ଜଣକୁ ଫୋନ କରି ତୋର ଶ୍ୱଶୁର ଥାନାକୁ ଆସୁଛି କହି କାଗଜ ପତ୍ର ସାଙ୍ଗରେ ଧରି ଥାନାକୁ ଆସିବାକୁ କହିଥିଲେ । ମହିଳା ଜଣକ ଅଟୋ ଭଡାକରି ଥାନାକୁ ଆସିଲା ପରେ ପୁଲିସ ବାବୁ ତାଙ୍କ ରୁମକୁ ଡାକି ନେଇ ଦୃଷ୍କର୍ମ କରିବା ସହ ଏ କଥା କାହାକୁ କହିଲେ ମିଥ୍ୟା କେସରେ ଜେଲ ପଠାଇ ଦେବା ଭୟ ଦେକାଇଥିଲେ । ମହିଳା ଜଣଙ୍କ ଲୋକଲଜ୍ୟା ଓ ଭୟରେ ଚୁପ ରହିଥିଲେ । ଏହାର ସୁଯୋଗ ଦେଇ ଏଏସଆଇ ଶ୍ରୀ ଦାସ ଏହାର ସୁଯୋଗ ନେଇ ମହିଳା ଜଣଙ୍କୁ ଫୋନରେ ବାରମ୍ବାର ଆପତ୍ତି ଜନକ କଥା ହେବା ସହ ବାରମ୍ବାର ରୁମକୁ ଡକାଇଥାନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ପିପିଲି ଏସଡିପିଓ ଦେବଦତ ବରାଳ ଅଭିଯୋଗକୁ ଭିତିକରି ତଦନ୍ତ କରାଯାଇ ଦୋଷି ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏ ଘଟଣା ସମ୍ପର୍କରେ ମହିଳା କମିଶନର, ପୁରୀ ଏସପି, ଆଇଜି ଓ ଡିଆଇଜିଙ୍କୁ ଜଣାଇଥିବାର ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର