Breaking News

ମଟର ସାଇକେଲ ଧକ୍କାରେ ବୃଦ୍ଧା ଗୁରୁତର

ସାକ୍ଷୀଗୋପାଳ  -----  ପୁରୀ - ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ  ବ୍ଳକ ଛକ ନିକଟ କାନାଡା ବ୍ୟାଙ୍କ ଆଗରେ ଆଜି ସଂଧ୍ୟାରେ ଜଣେ ବୃଦ୍ଧା ରାସ୍ତା ପାର ହେବା ସମୟରେ ମଟର ସାଇକେଲ ଧକ୍କା ଦେଇଛି । ଏଥିରେ  ବୃଦ୍ଧାଙ୍କର ଡାହାଣ ପଟ ଗୋଡ ଆଣ୍ଠୁତଳକୁ ଭାଙ୍ଗି ଯାଇଥିବା ଜଣାପଡିଛି ।   ବୃଦ୍ଧାଙ୍କର ଘର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ତାଳପଡା ଦଳିତ ବସ୍ତିର ଲତା ଭୋଇ । ରାସ୍ତା ପାର ହେବା ସମୟରେ  ପୁରୀ ପଟୁ ଓଡି. ୩୩. ଜେ. ୫୪୦୭ଏକ ପଲସର ଯୋଗେ ଭୁବନେଶ୍ୱରରେ ବିଗ ବଜାରରେ କାମ କରୁଥିବା ସୌମ୍ୟ ରଞ୍ଜନ ଦତ୍ତ ବୋଲଗଡର ଓ ଡେଲାଙ୍ଗ ଗୁଆଚୌକାର ଅଲିଭା ପରିଡା  ଯୁବକ ଯୁବତୀ ଯାଉଥିଲେ  । ହଠାତ ବୃଦ୍ଧା ଜଣଙ୍କ ରାତିରେ ଜାଣିନ ପାରି ରାସ୍ତା ଉପରକୁ ପଳେଇ ଆସିଥିଲେ  । ଯାହା ଫଳରେକି ଦୁର୍ଘଟଣା ଘଟିଥିଲା ବୋଲି ସ୍ଥାନୀୟ ଲୋକ ମାନଙ୍କ ଠାରୁ ପ୍ରକାଶ  । ସେହିପରି ଯୁବକ ଯୁବତୀ ମଧ୍ୟ ଆହତ ହୋଇଛନ୍ତି । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତେ ଚିକିତ୍ସା ହୋଇଛନ୍ତି । ମାତ୍ର ଲତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଛି । ସତ୍ୟବାଦୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚ ଦୁର୍ଘଟଣା ଗସ୍ତ ମଟର ସାଇକେଲକୁ ଜବତ କରିଛନ୍ତି । 
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ

Blog Archive

Popular Posts