କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରୀ
ବରୀ --- - ବରୀ ଥାନା ଅଧିନ କୃଷ୍ଣନଗର ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ କିଛି ଦୃର୍ବୁତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡାକ୍ତର କୈବଲ୍ୟ ଚରଣ ମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗକୁ ଆଧାର କରି ବରୀ ଥାନା କେସନଂ ୨୬୯/୧୯ ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୁଚନା ପ୍ରଦାନ କରିଛନ୍ତି । ଶନିବାର ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ଡାକ୍ତର, ଫାର୍ମାଶିଷ୍ଟ, ଆଟେଣ୍ଡାଡ ସଂନ୍ଧ୍ୟାରେ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାଟକର ତାଲାକୁ ଭାଙ୍ଗି ଦୃର୍ବୁତମାନେ ୧ଟି ଡେସ୍କଟପ (ଏଚ.ପି)ି, ୧ଟି ମନିଟର(ଏଚ.ପି),୧ଟ ୟୁପିଏସ (ମାଇକ୍ରୋଟେକ),୨ଟି ବ୍ୟାଟେରୀ ଓ ୧ଟି ଇନଭେଟର ଚୋରୀ କରି ନେଇଥିବା ଜଣାପଡିଛି । ଗୋଟିଏ ପୁରୁଣା ବାଇକକୁ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ବାହାର କରି କିଛି ବାଟରେ ତଣ୍ଡି ବୁଦା ମୂଳରେ ଫିଙ୍ଗି ଦେଇ ଚାଲିଯାଇଥିବା ବରୀ ଥାନାରେ ଅଭିଯୋଗ ହୋଇଛି । ଏନେଇ ଅଧିକ କିଛି ତଥ୍ୟ ପାଇବା ପାଇଁ ବରୀ ପୋଲିସ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଅଭିଯୋଗକାରୀ ଡାକ୍ତର ମଲ୍ଲିକଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହିତ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଚୋର ମାନେ ଏବେ ପୋଲିସକୁ ଚାଲେଞ୍ଜ ଦେଇଛନ୍ତି ବୋଲି ଜନସାଧାରଣରେ ଆଲେଚନା ହେଉଥିବା ଜଣାପଡିଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ