କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୧୯ ଉଦ୍ଘାଟିତ
କୋଣାର୍କ----- ରବିବାର ଏକ ମନୋରମ ସନ୍ଧ୍ୟାର ପରିବେଷ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୧୯କୁ ରବିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଉକ୍ରଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ତଥା ପୂର୍ବ ଏସିଆର ଏକମାତ୍ର ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ମୁକ୍ତାକାଶରଙ୍ଗମଞ୍ଚର ଚତୃପାଶ୍ୱର୍ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ ସବୁଜିମାଭରା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପଞ୍ଚଦିବସୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶି ଲାଲରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡା ଯୁବସେବା ଓ ସୂଚନା ପ୍ରଯୁକ୍ତି ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଡ ଉମାଶଙ୍କର ଦାଶ, ଓ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଭୂବନେଶ୍ୱରର ଶ୍ରଜନ ନୃତ୍ୟାନୁଷ୍ଠାନର ନୃତ୍ୟଶିଳ୍ପୀ ଓ ସାଥୀଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ପରିବେଷଣ କରରଯାଇଥିଲା । ଶିଳ୍ପୀମାନେ ସୂର୍ଯ୍ୟ ବନ୍ଦନାରେ ସୂର୍ଯ୍ୟ ନମସ୍କାର, ସୂର୍ଯ୍ୟ ସ୍ତବକ ଓ ମା ଭଗବତୀଙ୍କ ଉଦେଶ୍ୟରେ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବାଙ୍ଗାଲୋରର ନୃତ୍ୟଶିଳ୍ପୀ ଗୁରୁ ଶର୍ମା ଭାତେ ଓ ସାଥୀ ନୃତ୍ୟଶିଳ୍ପୀମାନେ କଥକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଆଜି ସନ୍ଧ୍ୟାର ସଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ଡ଼ଃ ସାଧନା ଶ୍ରୀବାସ୍ତବ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଉତ୍ପଳ ପତି, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ରତିକାନ୍ତ ପଟ୍ଟନାୟକ, ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସଙ୍ଗୀତା ଗୋସାଇଁ ଓ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ଅପରାହ୍ନ ୬ଟାରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବକୁ ବାଲୁକାଶିଳ୍ପୀଙ୍କ ଗହଣରେ ଅତିଥିମାନେ ବେଲୁନ ଉଡ଼ାଇ ଉଦ୍ଘାଟନ କରିଥିଲେ । ଏହି ଉତ୍ସବର ଅତିଥିମାନଙ୍କ ସହ ବ୍ରାଣ୍ଡ ଆମ୍ବାସାଡ଼ର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ । ବାଲୁକା କଳା ଉତ୍ସବରେ ୧୦୨ଜଣ ବାଲୁକା ଶିଳ୍ପୀ ଯୋଗଦେଇ ବାଲୁକା କଳା ପ୍ରଦର୍ଶନ କରୁଛନ୍ତି । ଏଥିରେ ୭ ବିଦେଶୀ ରହିଥିବା ବେଳେ ୧୦ଜଣ ନବାଗତ ରହିଛନ୍ତି, ୩୦ଜଣ ମହିଳା ଓ ୨ଜଣ ଦିବ୍ୟାଙ୍ଗ ରହିଛନ୍ତି । ଏହି ଆକର୍ଷଣୀୟ ବାଲୁକା କଳାକୁ ପାଞ୍ଚଦିନବ୍ୟାପି ଦର୍ଶକମାନେ ମନଭରି ଉପଭୋଗ କରିବେ । ବାଲୁକାକଳା ଓ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତର ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆସୁଥିବା ଶାରୀରିକ ଅସୁସ୍ଥ ଓ ଦିବ୍ୟାଙ୍ଗ ଦର୍ଶକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୁଇଲ ଚେୟାରର ବ୍ୟବସ୍ଥ।। କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ