Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ବୁଢ଼ାକେରା ଦଳ ବିଜୟୀ

 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ  ରବିିବାର  ଥିଲା ମ୍ୟାଚର ଶେଷ ଲିଗମ୍ୟାଚ  । ବୁଢ଼ାକେରା ସହିତ ଦଇଶିପାଟଣା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦଇଶିପାଟଣା କ୍ରିକେଟ କ୍ଳବ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୧୧୨ ରନ  କରିଥିଲେ  ।  ଜବାବରେ  ବୁଢ଼ାକେରା କ୍ରିକେଟ ଦଳ ୧୪ ଓଭର ୫ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ  । ବିଜୟୀ ଦଳର  କେଳୁ ଚରଣ  ଜେନା  ବ୍ୟକ୍ତିଗତ ଭାବେ ୩୪ ରନ କରିବା ସହ ୩ଓଭର ବୋଲିଂ କରି ୨ଟି ଊଇକେଟ ନେଇଥିବାରୁ  ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ଭଗବାନ ବେହେରା ଓ ଗଗନ ବାରିକ ମ୍ୟାଚ ପରିଚାଳନା କରିଥିଲେ  । 
 ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି 

Blog Archive

Popular Posts