Breaking News

ଗାନ୍ଧୀ ଜୟନ୍ତୀ ଅବସରରେ ମନ୍ଦାରବସ୍ତ ଡାକ୍ତରଖାନାରେ ସଫେଇ


  କଣାସ------  ଗାନ୍ଧୀ ଜୟନ୍ତୀ ଅବସରରେ ମନ୍ଦାରବସ୍ତ ଡାକ୍ତରଖାନାରେ ସଫେଇ କରାଯାଇଛି । ଡାକ୍ତର ଅନୁପମା ପଟନାୟକ ଙ୍କ ନେତୃତ୍ୱରେ ଆଶକର୍ମୀ, ସ୍ୱାସ୍ଥ୍ୟ କର୍ମୀ  ସ୍ଥାନୀୟ ଜନସାଧାରଣ, ଗାଁ କଲ୍ୟାଣ ସମିତିର ସଦସ୍ୟ, ଆଦି 30ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଡାକ୍ତରଖାନା ଓ ଏହାର ଆଖପାଖ ଅଞ୍ଚଳ ସଫେଇ କରିଛନ୍ତି ।   ଡାକ୍ତରଖାନାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ରୋଗୀ ଓ ଜନସାଧାରଣଙ୍କୁ ସଚେତନତା କରିଥିଲେ। ଆଖପାଖ ଗାଁ ମନ୍ଦାରବସ୍ତ,    ସାନପୁଟ, ଛୋଟୀଯୋଡି, ବଡ଼ପୁଟ ଆଦି ଗାଁ ସଚେତନତା ବାର୍ତ୍ତା ପ୍ରଚାର  କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ପରିଦର୍ଶକ କଳିଙ୍ଗ କୁମାର ଉପାଧ୍ୟାୟ, ପରିଦର୍ଶିକା ସଂଜୁରାଣୀ ଦାଶ ଏବଂ ଫାର୍ମାସିଷ୍ଟ ଦେବୀପ୍ରସାଦ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ ।  


 ଧୀରେନ୍ଦ୍ର ସେନାପତି

Blog Archive

Popular Posts