କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୧୯ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ
କୋଣାର୍କ ----- କଳା ଓ ସଂସ୍କୃତିର ସଙ୍ଗମ ସ୍ଥଳ ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ର । ପଦ୍ମଶୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନବଦ୍ୟ କଳାନୁଷ୍ଠାନ ‘କୋଣାର୍କ ନାଟ୍ୟମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ । ଅନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷାର୍ଥିନୀମାନଙ୍କ ଦ୍ୱରା କୁମାର ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁମାରୋତ୍ସବ’ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ନୃତ୍ୟ ଓ ସଙ୍ଗୀତର ସାଂସ୍କୃତିକ ଆସର ‘କୁମାର ଉତ୍ସବ-୨୦୧୯’ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ଉତ୍ସବକୁ ବର୍ଷିଆନ ବେହେଲା ବାଦକ ଗୁରୁ ରାମଚନ୍ଦ୍ର ମହାନ୍ତି, ଓଡିଶୀ ସଙ୍ଗୀତ ଗୁରୁ କେଶବ ଚନ୍ଦ୍ର ରାଉତ, ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା, ଆଇନଜୀବୀ ପ୍ରତାପ ମହାନ୍ତି , ଅଶୋକ କୁମାର ଦାସ ପ୍ରମୁଖ ଅତିଥିରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଘଣ୍ଟମର୍ଦ୍ଦଳ ଓ ଶଂଖ ଧ୍ୱନୀ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଅନୁଷ୍ଠାନର କଳାକାର ମାନେ ଚଉରାବନ୍ଦନା, ଜହ୍ନରାତି, ଗୀତାଭିନୟ, ଓଡିଶୀ ନୃତ୍ୟ, ସମ୍ବଳପୁରୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ପଲ୍ଲୀନୃତ୍ୟ ପରିବେଷଣ କରିି ଶିତୁଆ ସନ୍ଧ୍ୟାର ଆସରରେ ଉପସ୍ତିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଖୁସି, ଲିପା, ସୁଜାତା, ପୂଜା, ମିଲି, ରାନୀ, ପାପାଲି, ରାକ୍ଷୀ, ପରୀ, ଗୁଡୁଲି, ମାମୁନୀ, ସିଦ୍ଧି, ଚୁନ୍ଚୁନ୍, ସାସା, ପରୀ, ପଲକ, ଲିଜା, ଟୁଇଙ୍କିଲ୍, ସନ୍ଧ୍ୟା, ମାମାଲ, ପ୍ରଜ୍ଞା, ସୋନିତା, ରଞ୍ଜିତ, ଦୀପକ, ବିନୟ, ରାଜା, ଗୁଡୁ, ଆଲୋକ, ଆକାଶ, ଭୁବନ ଓ ଗୋବିନ୍ଦ ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ । ଗୁରୁ ଲିଙ୍ଗରାଜ ସ୍ୱାଇଁ, ନୟନୀ ନାୟକ, କୁମାର ଟୁବୁଲା ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତରେ ଗୁରୁ ଜୟକୃଷ୍ଣ ନାୟକ, ମର୍ଦ୍ଦଳରେ ଗୁରୁ ଚିନ୍ତାମଣି ରାଉତ, ବେହେଲାରେ ପ୍ରସନ୍ନ କୁମାର ଜେନା, ଶୁଭ୍ରାଶୁ ସାହୁ, ସାଗର ନାୟକ ପ୍ରମୁଖ ଯନ୍ତ୍ରାଶଂରେ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିବା ବେଳେ କୋଣାର୍କ ବାର ଆସୋସିଏସନ ପକ୍ଷରୁ ନୃତ୍ୟ ଗୁରୁ ନୟନୀ ନାୟକ ଓ କୁମାର ଟୁବୁଲାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବିଶ୍ୱଜିତ ବଳିଆର ସିଂହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କୋଣାର୍କ ନାଟ୍ୟମଣ୍ଡପର ନାଟ୍ୟମଣ୍ଡପର ସମ୍ପାଦକ ଶିବାଶୀଶ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତୀ ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ସହ ସମ୍ପାଦକ ଗୁରୁପଦ ବଳିଆର ସିଂହ, ସୁଲୋଚନା ପ୍ରଧାନ, କୋଷାଧ୍ୟକ୍ଷ ସୁଦେଷ୍ନା ସାସମଲ, ସଞ୍ଜିବନୀ ପ୍ରଧାନ, ଜଟାଧାରୀ ସ୍ୱାଇଁଙ୍କ ସମେତ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
![]() |
konark News |