 |
Beaguni News |
ବେଗୁନିଆ--- ପାରିବାରିକ କଳହକୁ ନେଇ ଜନୈକା ଯୁବତୀ ଗତ ୧୦ ତାରିଖରୁ ନିଖୋଜ ଥିଲେ । ଏ ସମ୍ପର୍କରେ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଏକ ନିଖୋଜ ମାମଲା ଦାଏର କରାଯାଇଥିଲା । କିନ୍ତୁ ଗତ ଶନିବାର ଦିନ ରାତିରେ ଗହିର ମଧ୍ୟରେ ଥିବା ଏକ ନିମ୍ବ ଗଛରେ ଲୁଗା ଲଗାଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବାର ଆଜି ଗ୍ରାମରେ ପ୍ରଘଟ ହୋଇଥିଲା । ସେଠାରେ ଦେଖିବା ପାଇଁ ଲୋକଙ୍କର ଭିଡ ଜମିଥିଲା । ପାଇ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କର ଠିକଣା ପ୍ରଥମେ ଚିହ୍ନଟ କରିଥିଲେ । ଡିଙ୍ଗର ପଂଚାୟତ ଅନ୍ତର୍ଗତ ଭୁଆଷୁଣୀ ପାଟଣା ଗ୍ରାମର ସୁଶାନ୍ତ କୁମାର ବେହେରାଙ୍କ ଝିଅ ଶିବାନୀ (୨୦) ବୋଲି ବେଗୁନିଆ ଥାନା ପକ୍ଷରୁ ଜଣା ପଡିଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ୍ଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସବଇନିସପେକ୍ଟର ବିଜୟ କୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ । ଅନ୍ୟପକ୍ଷେ ଉକ୍ତ ଯୁବତୀ ନିଖୋଜ ଥିଲେ ବୋଲି ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ସେ କାହା ସହିତ ଓ କେଉଁଠାରେ ଚାରିଦିନ ରହିଥିଲେ ତାହା ପ୍ରଶ୍ନବାଚୀ ହୋଇ ପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା