 |
Sakhigopal News |
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଥିବା ପୋଖରୀରୁ ଦଳ ସଫେଇ କରାଯାଇଛି । ସବୁଆଡେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଚାଲିଥିବା ବେଳେ କାର୍ଯ୍ୟାଳୟ ପକ୍ଷରୁ ବାତ୍ୟା ପରଠାରୁ ପୋଖରୀରେ ହୋଇଥିବା ଦଳ ସଫା କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷ କରି ଏହି ପୋଖରୀ ଉପରେ ମେଡିକାଲ, ବସଷ୍ଟାଣ୍ଡ ଓ ବଜାର ବ୍ୟବସାୟୀଙ୍କ ଠାରୁ ବିଭିନ୍ନ ଲୋକମାନେ ଏହି ପୋଖରୀରେ ଗାଧୁଆ ପାଧୁଆ କରିଥାନ୍ତି । ସେହିପରି ନଡିଆ ନେଇଖି ଆସୁଥିବା ଚାଷୀ ମାନେ ଏହି ପୋଖରୀ ପାଣି ବ୍ୟବହାର କରିଥାନ୍ତି । ଏହାକୁ ନଜର କରି କାର୍ଯ୍ୟାଳୟର ହିସାବନୀରିକ୍ଷକ ଜଗତଜ୍ୟୋତି ସାହୁଙ୍କ ତତ୍ୱବଧାନରେ ଏହି ସଫେଇ କାର୍ଯ୍ୟ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି