Breaking News

ସତ୍ୟବାଦୀ ବ୍ଳକ ବିଜେଡି ପକ୍ଷରୁ ପଦଯାତ୍ରା

ସାକ୍ଷୀଗୋପାଳ-----  ପୁରୀ ଜିଲ୍ଲାର  ସତ୍ୟବାଦୀ ବ୍ଳକ ବିଜେଡି ଦଳପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ନୂତନ ସଭ୍ୟ ସଂଗ୍ରହର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ପରଜାପଡା ଗ୍ରାମ ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ , ମହିଳା ଗୋଷ୍ଠୀ ମାନେ ପଦଯାତ୍ରାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇ ପଦଯାତ୍ରା ଆରମ୍ଭ ହୋଇଯାଇଛି   । ସେହିପରି ବିଜେଡି ଦଳରେ ସାମିଲ ହେବାପାଇଁ ନୂତନ ସଭ୍ୟ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ପରଜାପଡା ଠାରୁ ପଦଯାତ୍ରା ବାହାରି ଚିଲପାଟଣା, ଇଟାତଳି, ପାରକେଣା ଦେଇ କଡିକୁଦା, ଗେଣ୍ଡାମାଳି, ବଳରାମପୁରଗଡ, କଅଁଳପଡା ସହିତ ରାୟଖଣ୍ଡି ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ପ୍ରାୟ ୩୦ ଖଣ୍ଡି ଗ୍ରାମ ପଦଯାତ୍ରା ପରିକ୍ରମା କରିଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ଧୁବ ଚରଣ ଦାଶ, ପ୍ରହଲ୍ଲାଦ ଘଟୁଆରୀ , ବଳରାମପୁରଗଡ ସରପଞ୍ଚ ପବିତ୍ର ମୋହନ ସ୍ୱାଇଁ, ବିଦ୍ୟାଧରପୁର ସରପଞ୍ଚ ରଶ୍ମିତା ପ୍ରଦାନ, ଦୁଷାସନ ପ୍ରଧାନ , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନ, ସୁବାଷ ପ୍ରଧାନ, ଦେବ ମହାପାତ୍ର ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଫୁଲ ଚନ୍ଦ୍ର ମିଶ୍ର ପ୍ରମୁଖ ଶତାଧିକ ବିଜେଡି କର୍ମୀ ଓ ମହିଳା ଗୋଷ୍ଠୀ ମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା  । ଶେଷରେ ଗୁଆଳି ଗୋରଡା ମେଳଣ ପଡିଆରେ ପଦଯାତ୍ରା ଶେଷ ହୋଇଥିଲା  । 

ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି
 D Senapati
Sakhigopal news

Blog Archive

Popular Posts