 |
Delang news |
ଡେଲାଙ୍ଗ------- ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ମାରଣାସ୍ତରେ ଆକ୍ରମଣ କରି ବାଇକ ଓ ସୁନାଚେନ ଲୁଟ ହୋଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ହରିରାଜପୁର ଗ୍ରାମର ସଦାଶିବ ପଣ୍ଡା ଜଟଣୀ ବଜାରରୁ ସଉଦା କରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଏକ ନିଛାଟିଆ ଯାଗାରେ ଜଣେ ଦୁବୁର୍ତ୍ତ ହଠାତ ମଟର ସାଇକେଲ ଆଗକୁ ଆସି ଗାଡି ଅଟକାଇବା ସହ ଭୁଜାଲିରେ ଡାହାଣ ହାତ ପାପୁଲି, ବେକଓ କାନ୍ଧକୁ ଭୁଜାଣିରେ ହାଣିଦେବାରୁ ସଦାଶିବ ଭୟରେ ଗାଡି ଛାଡି ଦେଇଥିଲେ । ଦୁବୁର୍ତ୍ତ ଜଣଙ୍କ ସଙ୍ଗେ ସଙ୍ଗେ ଗାଡି ଓ ସୁନାଚେନ ଲୁଟ କରି ସେଠାରୁ ଫେରାର ହୋଇଯାଇଥିଲା । ସଦାଶିବ ସଙ୍ଗେ ସଙ୍ଗେ ଭୁବନେଶ୍ୱର ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମାତ୍ର ଦୁବୁର୍ତ୍ତ ଜଣଙ୍କ ଗାଡି ନେଇ ଯିବା ସମୟରେ ଗାଡିର ଆଲୋକରେ ସଦାଶିବ ଚିହ୍ନି ପାରିଥିଲେ । ହରିରାଜପୁର ଗ୍ରାମର ପ୍ରସନ୍ନ ମହାପାତ୍ର ବୋଲି ଜାଣି ପାରିଥିଲେ । ଏ ଘଟଣା ସମ୍ପର୍କରେ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ମଲି୍କ କହନ୍ତି ତଦନ୍ତ ଜାରି ରହିଛି ବହୁ ଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ।
ଡେଳାଙ୍ଗରୁ ଧୀରେନ୍ଦ୍ର ସେନାପତି