Breaking News

ଓଡିଶାକୁ ମଦ ମୁକ୍ତ କରିବା ପାଇଁ ଜନସଚେତନତାରେ ଗାନ୍ଧୀ ଓ ଭଗତ ସିଂହ ; ଆସିଛି ଗାନ୍ଧୀ ବେଶରେ ଯିବି ଗୋପବନ୍ଧୁ ବେଶରେ


D Senapati
Sakhigopal news
ସାକ୍ଷୀଗୋପାଳ ----  ଓଡିଶାରୁ ମଦମୁକ୍ତ କରିବା ପାଇଁ  ଗାନ୍ଧୀ ଓ ଭଗତ ସିଂହ ବେଶରେ ଦୁଇଜଣ ଯୁବକ ଏବେ ସାକ୍ଷୀଗୋପାଳରେ ପହଞ୍ଚିଛନ୍ତି । ସେମାନଙ୍କର ଲକ୍ଷ୍ୟ ମଦମୁକ୍ତ କରିବା ଓ ଏହି ଆନ୍ଦୋଳନରେ ଶତାଧିକ ଯୁବକ ମାନେ ସାମିଲ ହୋଇ ନିଜ ନିଜ ଅଞ୍ଚଳରେ ମଦ ମୁକ୍ତ କରିବା  । ଗାନ୍ଧୀ ବେଶରେ ଆସିଛି ଏଠାଠୁ ଗଲା ବେଳେ ଯିବି ଗୋପବନ୍ଧୁଙ୍କ ବେଶରେ ବୋଲି କହିଛନ୍ତି । ସୁଚନା ଯୋଗ୍ୟ ଯେ ମଦମୁକ୍ତ ଚାଲିଥିବା ଆନ୍ଦୋଳନର ଦୁଇ ଜଣ ସଦସ୍ୟ ଏବେ ପଦଯାତ୍ରା କରିବା ସହ ଜନସଚେତନତା ସୃଷ୍ଟି କରୁଛନ୍ତି ।  ଅକ୍ଟୋବର ମାସ ୨ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ଏମାନେ କରିଛନ୍ତି ।  ମଦମୁକ୍ତ ଆନ୍ଦୋଳନରେ ସାମିଲ ହେବା ସହ ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ଜନସଚେତନତା କରୁଥିବା ଜଣାପଡିଛି । ଗାନ୍ଧୀ ବେଶରେ ଆସିଥିବା ଯୁବକ ଆଦିତ୍ୟ କୁମାର ଦାଶ ସେ କହନ୍ତି ଅଗଷ୍ଟ ମାସ ୧୫ ତାରିଖରେ ଆମେ ଆମରଣ ଅନଶନ କରିଥିଲୁ  । ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରେ ଏ ସମ୍ପର୍କରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି କହିବା ପରେ ଆମରଣ ଅନଶନ ଉଠିଥିଲା  । ମାତ୍ର ସରକାର ଆମ କଥା କିଛି ଶୁଣିଲେ ନାହିଁ ବୋଲି ସେ କହିଛନ୍ତି । ସେହିପିର ଭଗତ ସିଂହ ବେଶରେ ବୁଲୁଥିବା ଯୁବକ ରାଜିବ ଲୋଚନ ମହାରଣା କହନ୍ତି ଆମର ଲକ୍ଷ୍ୟ ଓଡିଶା ମଦ ମୁକ୍ତ ରାଜ୍ୟ ଘୋଷଣା ବୋଲି ସେ କହନ୍ତି । ଆଜି ଏହି ଦୁଇଜଣ ଯୁବକ ସତ୍ୟବାଦୀ ସ୍ଥିତ ବକୁଳବନ ପରିସରରେ ପହଞ୍ଚି ପଞ୍ଚ ମହାପୁରଷଙ୍କୁ ଫୁଲ ଦେଇ ସତପ୍ରମାଣ ଜଣାଇଥିଲେ  । କ୍ଳବ ସତ୍ୟବାଦୀ ପକ୍ଷରୁ ହାପି ରଥ, ଆଲେକ ଖୁଣ୍ଠିଆ, ସନ୍ଦିପ  ମହାପାତ୍ର ବିକ୍ରମ ପାତ୍ର, ସୁଶୀଳ ସାହୁ, ନିହାର ରଞ୍ଜନ ସ୍ୱାଇଁ ଓ ଅଭିଜିତି ସେନାପତି ପ୍ରମୁଖ ଏହି ଦୁଇ ବେଶଧାରୀ ମଦମୁକ୍ତ ଆନ୍ଦୋଳନର ସଦସ୍ୟଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts