Breaking News

ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା


 N Das
Atabira News
 ବରଗଡ଼----- ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦୁର୍ଗାପୂଜା ପାଇଁ ଆଜି ଘଣ୍ଟ,ଡିଜେ, ଦୁଲଦୁଳି ବାଜା ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି।ଏହି ଅବସରରେ ଥାନା ସାମ୍ନା ଦୁର୍ଗା ପୂଜା ପାଇଁ ସ୍ଥାନୀୟ ଶ୍ରୀ ରାମ ବାବା ମଠ ପୋଖରୀ ରୁ ମହିଳାମାନେ ମାନସିକ କଳସ ମୁଣ୍ଡାଇ ଦୁର୍ଗା ମଣ୍ଡପ ସମୀପରେ ସ୍ଥାପନ କରିଥିଲେ ।  ପୀଠରେ ପୂଜା ସହ ଵିହିତ ସପ୍ତମୀ ପୂଜା ଆରମ୍ଭ ହୋଇଯାଇଛି।ଏଥିରେ କର୍ତ୍ତାକର୍ତ୍ରୀ ଭାବେ ନବୀନ ପଧାନ ଓ ତାଙ୍କ ପତ୍ନୀ ନଳିନୀ ପ୍ରଧାନ କାର୍ଯ୍ୟ ତୁଲାଇଛନ୍ତି ।  ପଣ୍ଡିତ ଶ୍ରୀ ପୁସ୍ତକାଚାର୍ୟ୍ଯ ପଦ୍ମପାଣି ମହାପାତ୍ର,ଚଣ୍ଡୀ ପାଠକ ସତ୍ୟବ୍ରତ କର ଓ ତାଙ୍କ ୪ଜଣ ସହଯୋଗୀ ପୂଜା ଦାୟିତ୍ୱରେ ରହିଛନ୍ତି । ଏହି ପୂଜାର କଳସ ଶୋଭାଯାତ୍ରାରେ ପାଖାପାଖି ୨ହଜାର ମହିଳା ଶ୍ରଦ୍ଧାଲୁ ଭକ୍ତ ଯୋଗଦେଇଥିଲେ। ସେହିପରି ସାପ୍ତାହିକ ପରିବା ବଜାର ଦୁର୍ଗା ମେଢ଼ ପୂଜା ପାଇଁ ଲାଦେରପାଳି ଗାଁ ସ୍ଥିତ ତଳି ବନ୍ଦ ଶିବ ମନ୍ଦିର ପୋଖରୀ ଠାରୁ ପାଖାପାଖି ୫ଶହ ରୁ ଉର୍ଦ୍ୱ ମହିଳାଭକ୍ତ ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ବାହାରି  ବଜାର ସ୍ଥିତ ଯଜ୍ଞ ମଣ୍ଡପ ଠାରେ ସ୍ଥାପନ  କରାଯିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିରେ କର୍ତ୍ତାକର୍ତ୍ରୀ ଦାୟିତ୍ୱରେ ନନ୍ଦିଘୋଷ ପ୍ରଧାନ ଓ ତାଙ୍କ ପତ୍ନୀ ଲଳିତା ପ୍ରଧାନ ରହିଥିବାବେଳେ ମୁଖ୍ୟ ପଣ୍ଡିତ ଶ୍ରୀ ସଞ୍ଜୟ ଦାଶ ଓ ତାଙ୍କ ସହଯୋଗୀ ପୂଜାକାର୍ଯ୍ୟ ତୁଲାଉଛନ୍ତି।ଏହି ଅବସରରେ ଆଜି ସନ୍ଧ୍ୟାରେ ଭଉଣୀମାନେ ତାଙ୍କ ଭାଇମାନଙ୍କ ପାଇଁ ଭାଇଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts