Breaking News

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ-୨୦୧୯


ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାରେ ଫନି ବାତ୍ୟା ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରପୁଲ ଯୋଜନାରେ ଦିବ୍ୟାଙ୍ଗ ମାନଙ୍କୁ ସୁବିାଧା ସୁଯୋଗ ଦେବା ପାଇଁ ଜିଲ୍ଲାରେ ବିଭିନ୍ନ ବ୍ଳକରେ ଶିବିର କରାଯାଉଛି । ମଙ୍ଗଳବାର ସତ୍ୟବାଦୀ ବ୍ଳକର ବୀରଗୋବିନ୍ଦପୁର ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ- ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ବିଡିଓ ସରୋଜ କୁମାର ଦତ୍ତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀ କରଣ ବିଭାଗ, ପୁରୀଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । ୁ ଅସ୍ଥିଶଲ୍ୟ, କର୍ଣ୍ଣ, ନାସା ଓଗଳା, ମାନସିକ ଓ ଚକ୍ଷ୍ୁରୋଗ ବିଶେଷଜ୍ଞ ମାନଙ୍କ ଦ୍ୱାରା ସତ୍ୟବାଦୀ ବ୍ଳକର ୨୪ଟି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା, ପୁରଷ , ଯୁବକ ଯୁବତୀ ମାନେ ଏହି ଶିବିରରେ ଉପସ୍ଥିତ ରହି ଡାକ୍ତର ମାନଙ୍କୁ ଦେଖାଇ ନିଜର ପ୍ରମାଣପତ୍ର କରାଇଥିଲେ  । ଏହି ଶିବିରରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ ପାତ୍ର, ଏବିଡିଓ ଶାରଦା ପ୍ରସାଦ ମହାନ୍ତି, ବ୍ଳକ ସମାଜ ମଙ୍ଗଳ ଅଧିକାରୀ ସୂର୍ଯ୍ୟ ପ୍ରସାଦ ପାତ୍ର, ପ୍ରଫୁଲ ଯୋଜନାର ଜିଲ୍ଲା ପରାମର୍ଶ ଦାତା ସନ୍ତୋଷ କୁମାର ବେହେରା, ଜ୍ୟୋତି ପ୍ରସନ୍ନ ପଟ୍ଟନାୟକ, ଯଶସ୍ୱନୀ ଦାଶ, ପିପୁଲ ଆକ୍ସନ ଗ୍ରୁଫର ଜିଲ୍ଲା ସଂଯୋଜକ ବିପିନି ମହାନ୍ତିଙ୍କ ସହିତ ବ୍ଳକର ସମସ୍ତ ସଦସ୍ୟସଦସ୍ୟା , ଅଙ୍ଗନୱାଡି କର୍ମୀ , ସାମାଜିକ କର୍ମୀ ସୁରେଶ କୁମାର ସାହୁ ଶିବିର ପରିଚାଳନାରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts