Breaking News

ବନ୍ଧୁକ ସହ ଜଣେ ଯୁବକ ଗିରଫ

ବେଗୁନିଆ--- ବେଗୁନିଆ ବ୍ଲକ  ପଙ୍ଗାରସିଂହ  ଗ୍ରାମର  ତାଜୁ ଉଦ୍ଦିନ ଖାନ  ଗତକାଲି ରାତିରେ ସିମୋର-ବାଙ୍କୀ ରାସ୍ତାର ଦିନିଆରୀ ଠାରେ  ହାତରେ ବନ୍ଧୁକ ଧରି ବୁଲୁଥିବାର ଖବର ପାଇ ବାଘମାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ  ।  ଅଭିଯୁକ୍ତଙ୍କଠାରୁ  ଏକ ବନ୍ଧୁକ  ଓ  ଜୀବନ୍ତ ଗୁଳି ସହ  ଗୋଟିଏ ମୋବାଇଲ ଫୋନ ଜବତ କରିଥିବା ପୋଲିସ ସୁତ୍ରରୁ ଜଚ୍ଚାପଡିଛି ।   ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଅଜ୍ଞାତ ଅପରାଧି ଫେରାର ହୋଇ ଯାଇଥିବାର ଜଣା ପଡିଛି  । ବାଘମାରୀ ପୋଲିସ ଆଇପିସିର  ୩୯୮  ଧାରା ଓ ମାରଣାସ୍ତ୍ର ଆଇନ  ଅନୁଯାଇ ଏକ  ମୋକଦ୍ଦମା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts