କୁକୁଡା ବିକିଲ କାହିଁକି ପଚାରିବାରୁ ସ୍ତ୍ରୀକୁ ମାଡ, ସ୍ତ୍ରୀ ଗୁରୁତର , ଥାନାରେ ଅଭିଯୋଗ
ହାଟଡ଼ିହି ---- କୁକୁଡା ଓ ଛେଳି ବିକିଲ କାହିଁକି ପଚାରିବାକୁ ନେଇ ସ୍ୱାମୀର ମାଡରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ନନ୍ଦିପଦା ଥାନା ଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର ସୁଆରଙ୍କ ପୁଅ ଦେହ ଖରାପ ଥିବାରୁ ରାଜେନ୍ଦ୍ରଙ୍କ ସ୍ତ୍ରୀ କୁନି ସୁଆର ପୁଅକୁ ଦେଖିବାକୁ ଭଦ୍ରକ ଡାକ୍ତରଖାନା ଯାଇଥିଲା । ମାତ୍ର ସେଠାରୁ ଫେରିବାପରେ ଘରେ ଥିବା କୁକୁଡା ଓ ଛେଳି କୁଆଡେ ଗଲେ ବୋଲି ସ୍ୱାମୀକୁ ପଚାରିବାରୁ ସେମାନେ ଚରିବାକୁ ଯାଇଛନ୍ତି ଫେରି ଆସବେ ବୋଲି କହିଥିଲା । ମାତ୍ର ନଫେରିବାରୁ ସ୍ତ୍ରୀର ସନ୍ଦେହ ହେବା ସହିତ ସ୍ୱାମୀ ସେସବୁକୁ ବିକି ଦେଇଥିବା ସେ ଜାଣିବାକୁ ପାଇବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । ଫଳରେ ସ୍ୱାମୀ ରାଜେନ୍ଦ୍ର ସ୍ତ୍ରୀକୁ ପିଟିଦେବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ରକ୍ତାକ୍ତ ହୋଇ ପଡିଥିଲେ । ପରେ ତାକୁ ପଡୋଶୀମାନେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଏନେଇ ସ୍ତ୍ରୀ କୁନି ସ୍ୱାମୀ ବିରୁଦ୍ଧରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି ।
ହାଟଡିହିରୁ ବିକାଶ ବି୍ଶ୍ୱାଳ
ହାଟଡିହିରୁ ବିକାଶ ବି୍ଶ୍ୱାଳ