ବରୀରେ ମା ଲକ୍ଷ୍ମୀ ପୂଜା
ବରୀ --- ଯାଜପୁର ଜିଲ୍ଲା ,ବରୀ ଅଂଚଳରେ ବିବିନ୍ନ ସ୍ଥାନମାନଙ୍କରେ ମା ଧନଦାତ୍ରୀ ପୂଜା ଆରମ୍ବ ହୋଇଯାଇଛି । ବରୀ ମାଉଣ୍ଡ,ରମ୍ପା, ବାଗଦା, ବାଲିଆପାଳ,କାଇପଡା,ଅଜାଣ,ରତ୍ନଗିରି,ସୁଜନପୁର, ଆଦି ସ୍ଥାନ ମାନଙ୍କରେ ଧୂମଧାମ୍ ପାଳନ କରୁଥିବାର ଦେଖିବାକୁ ମିଳିଛିି । ବିଭିନ୍ନ ପୂଜା ମଣ୍ଡପକୁ ଆକଷଣୀୟ କରିବା ପାଇଁ ରଙ୍ଗବେରଙ୍ଗର ଆଲୋକରେ ସୁ ସଜିତ କରାଯାଇଛି । ତୋରଣ ମାନ ଦର୍ଶକମାନଙ୍କ ମନ ମୁଗ୍ଧ କରୁଛି । ମାଙ୍କୁ ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ଶ୍ରଧାଳୁ ମାନଙ୍କର ବେଶ ଭିଡ ଲାଗୁଥିବାର ଦେଖିବାକୁ ମିଳିଛି । ଉଠା ଦୋକାନୀ ମାନେ ସେମାନଙ୍କର ବ୍ୟବସ୍ଥାୟୀ କରିବାକୁ ଡେରା ପକାଇଛନ୍ତି । ସଂନ୍ଧ୍ୟାରେ ଭଜନ କୀର୍ତ୍ତ ହେଉଥିବା ବେଳେ ରାତ୍ରରେ ଭଜନ ସଂନ୍ଧ୍ୟା , ମେଲୋଡି ଓ ଯାତ୍ରା କରାଯାଉଛି ।
ବରୀ,ଯାଜପୁରରୁ ଦର୍ଶନ ବେହେରରଙ୍କ ରିପୋର୍ଟ
ବରୀ,ଯାଜପୁରରୁ ଦର୍ଶନ ବେହେରରଙ୍କ ରିପୋର୍ଟ