Breaking News

କୋଣାର୍କରେ ଗଜଲକ୍ଷ୍ମୀ ପୂଜା


କୋଣାର୍କ --- ଏବେ ଧରାପୃଷ୍ଠକୁ ଆଗମନ କରିଛନ୍ତି ମା’ ଗଜଲକ୍ଷ୍ମୀ । ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି କୋଣାର୍କ  । ଓ ଏହାର ଆଖପାଖ ଅଞ୍ଚଳ । କୋଣାର୍କ ବାସିନ୍ଦାଙ୍କ ମନରେ ମା’ଙ୍କ ପୂଜାକୁ ନେଇ ଆନନ୍ଦର ଲହରୀ ସୃଷ୍ଟି ହୋଇଛି  । ମା’ଙ୍କ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଏ ଅଞ୍ଚଳର ବିଭିନ୍ନ ଗ୍ରାମ, ସହି, ବସ୍ତିରେ ଏକ ରକମ ପ୍ରତିଯୋଗିତା ସୃଷ୍ଟି ହୋଇଛି  ।  ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୁର୍ତ୍ତିକୁ ସୁସଜିତ ପୂଜାମଣ୍ଡପମାନଙ୍କରେ ସ୍ଥାପନ କରାଯାଇ ରୀତିନୀତି ଅନୁୟାୟୀ ପୂଜାର୍ଚ୍ଚନା କରାଯାଇଛି । କୋଣାର୍କ ଏନଏସିର ମାଧିପୁର ଛକ, ଥାନା ଛକ, ରାଣୀହାଟ ସାହି, ମାଉସୀ ମା’ ସାହି, କରମଙ୍ଗା, ବାଲିସାହି, ହାତିପଦା, ଶ୍ରୀକଣ୍ଠପୁର, ବାଣପଦା, ଜୁଣେଇଁ, ବନାଖଣ୍ଡି, ଗୁଣ୍ଡି, ନାଗାମଠ ଖରାଗାଁ ସମେତ ନିକଟବର୍ତ୍ତି କୁରୁଜଙ୍ଗ, ସିମିଳି, ମହଲପଡ଼ା, ସୁତନ,  ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୁର୍ତ୍ତି ପୁଜା ଅନୁଷ୍ଠିତ ହୋଇଯାଇଛି  । ମା’ଙ୍କୁ ଦର୍ଶନ କରିବା ପାଇଁ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି । ଆୟୋଜକମାନଙ୍କ ପକ୍ଷରୁ ପୂଜାମଣ୍ଡପ ସମ୍ମୁଖରେ ପ୍ରତହ୍ୟ ସନ୍ଧ୍ୟାରୁ ବିଳମ୍ବତି ରାତିପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ମନଭରି ଉପଭୋଗ କରୁଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ପୂଜା ମଣ୍ଡପ ନିକଟରେ ଘଡ଼ିଏ ଅଟକିଯାୟୀ ମା’ଆଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରୁଥିବାର ଦେଖାଯାଇଛି  ।  
 କୋଣାର୍କରୁ ଅଜିତ କୁମାର ମଲ୍ଲିକ

Blog Archive

Popular Posts