ହୋମଗାର୍ଡଙ୍କୁ ଜାତିଆଣା ଆକ୍ଷେପ ଓ ହତ୍ୟା ଧମକ; ବରୀ ଥାନା ଅଧିକାରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରତିନିଧି ଦଳ
ବରୀ --- ବରୀ ରାମଚନ୍ଦ୍ରପୁର ଥାନା ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ଗତ ୯ ତାରିଖ ଦିନ ଅପରାହ୍ନ ରେ ଥାନା ରାସ୍ତାରେ ଜାତିଆଣ ଆକ୍ଷେପ ସହିତ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ବରୀ ବିଧାୟିକାଙ୍କ ସ୍ୱାମୀ ତଥା ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ଦେବେନ୍ଦ୍ର ଦାସ, ୨୧ ନଂ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସାମଲ ଓ ବାଲିବିଲି ପଞ୍ଚାୟତ ସରପଞ୍ଚ ସନ୍ତୋଷ ସାମଲଙ୍କୁ ତୁରନ୍ତ ଗିରଫ କରିବା ସହିତ ରଞ୍ଜନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ଦାବି ନେଇ ଆଜି ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କୁ ଭେଟିଛି ରାଜ୍ୟ ବିଜେପି ପ୍ରତିନିଧି ଦଳ । ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ପ୍ରାକ୍ତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ୟ ଅନୁସୁଚିତ ଜାତି ସଭାପତି ସୁଶାନ୍ତ ମଲ୍ଲିକ, ସଂପାଦକ ମନୋଜ ବେହେରା, ଯାଜପୁର ଜିଲା ବିଜେପି ନେତା ଅମିୟକାନ୍ତ ମଲ୍ଲିକ, ବବିତା ମଲ୍ଲିକ, ଭାଷ୍କର ଜେନା, ନିରଞ୍ଜନ ମଲ୍ଲିକ, ବାବୁଲି ମଲ୍ଲିକ, ବରୀ ବ୍ଲକ ଅଧ୍ୟକ୍ଷା ସୁବାଶିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ପ୍ରମୁଖ ପ୍ରଥମେ ରଞ୍ଜନଙ୍କ ଗ୍ରାମ ଓଉପଡା ଯାଇ ତାଙ୍କୁ ଭେଟିବା ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରତିନିଧି ମାନେ ତାଙ୍କୁ ସାନ୍ୱନା ଦେବା ସହିତ ନ୍ୟାୟ ପାଇବାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏହି ପ୍ରତିନିଧି ସଦସ୍ୟ ମାନେ ବରୀ ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହିତ ସମସ୍ତ ବିଷୟରେ ଆଲୋଚନା କରିବା ସହିତ ତିନି ଦଫା ଦାବି ଉପସ୍ଥାପିତ କରିଥିଲେ । ଗତକାଲି ରଞ୍ଜନଙ୍କ ନାମରେ ଜନୈକ ଅଭିଯୁକ୍ତ ଏକ ଅଭିଯୋଗ କରିବା ପରେ ପୁଲିସ କିଭଳି ଅଭିଯୁକ୍ତକୁ ଗିରଫ ନକରି ମାମଲା ରୁଜୁ କଲା ତା ଉପରେ ପ୍ରଶ୍ନ ଉଠାଇଥିଲେ । ଦଳିତ ହୋମଗାର୍ଡ ଅଭିଯୋଗ କଲେ ମଧ୍ୟ ଅଭିଯୋଗର ଦୁଇ ଦିନ ପରେ ପୁଲିସ ମାମଲା ରୁଜୁ କରୁଥିଲାବେଳେ ଅଭିଯୁକ୍ତ ଅଭିଯୋଗ କରିବାର ମାତ୍ରକେ କିଭଳି ମାମଲା ରୁଜୁ କଲା ତା ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ଥାନାଅଧିକାରୀଙ୍କ ସହିତ ଆଲୋଚନା ପରେ ପ୍ରତିନିଧି ମଣ୍ଡଳୀ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଜିଲ୍ଲା ପୁଲିସ ତୁରନ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ ନକଲେ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଦଳ ଆନ୍ଦୋଳନ କରିବ ବୋଲି କହିଥିଲେ ।ଏହାପରେ ରାଜ୍ୟପାଳଙ୍କୁ ଦାବି ପ୍ରଦାନ କରିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ସହିତ ସରପଞ୍ଚ ବିଜୟ ସାହାଣୀ, ସୁଶାନ୍ତ ମଲ୍ଲିକ, ଅର୍ଚ୍ଚନା ମଲ୍ଲିକଙ୍କ ସହିତ ପ୍ରଶାନ୍ତ ଦାସ, ପ୍ରାକ୍ତନ ସରପଞ୍ଚ ବିଶ୍ୱନାଥ ନାୟକ, ସନ୍ତୋଷ ନାୟକ, ଦିଲ୍ଲୀପ ମହାନ୍ତି, ଯୁବନେତା ନରହରୀ ପରିଡା, ଲକ୍ଷ୍ମଣ ମଲ୍ଲିକ, ଅପୂର୍ବ ସାହୁ ପ୍ରମୁଖ ସାମିଲ ଥିଲେ ।
ବରୀ ଯାଜପୁର ରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀ ଯାଜପୁର ରୁ ଦର୍ଶନ ବେହେରାଙ୍କ ରିପୋର୍ଟ