ତିହାର ମହୋତ୍ସବ ଉଦଘାଟିତ: ନାଚ ଗୀତରେ ମଞ୍ଚ ଦୁଲୁକିଲା,
ବରଗଡ଼---- ବରଗଡ ଜିଲ୍ଲା ଅତାବିରା ଦୁର୍ଗାପୂଜା ଅବସରରେ ସ୍ଥାନୀୟ ଭେଟନାରୀ ଅଫିସ ପଡିଆ ଠାରେ ତ୍ରି ଡିବସୀୟ୧୧ତମ ତିହାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ତିହାର ମହୋତ୍ସବ "ତିହାର" ଉଦଘାଟିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ସାରା ବିଶ୍ୱ ତଥା ଅତାବିରାର ଗର୍ଵ ଆନ୍ତର୍ଜାତୀୟ ପାରା ବ୍ୟାଟ ମିଣ୍ଟନ ଖେଳାଳୀ ଅର୍ଜୁନ ପୁରସ୍କାର ଅର୍ଜନ କରିଥିବା ପ୍ରମୋଦ ଭଗତ ଯୋଗ ଦେଇଥିଲେ । ସମ୍ବାନୀତ ଅତିଥିଭାବେ ବିଶିଷ୍ଟ ସମ୍ବଲପୁରୀ ଗୀତିକାର ଖିତିପତି ସାହୁ । ଅନ୍ୟ ମାନଙ୍କ ମଧ୍ୟରେ ଅତାବିରା ଦୁର୍ଗା ମନ୍ଦିର କମିଟି ସଭାପତି ପାର୍ଥ ସାରଥୀ ପଣ୍ଡା,ଉପ ସଭାପତି ସୁରେନ୍ଦ୍ର ସ୍ୱାଇଁ,ଆବାହକ ରବି ନାରାୟଣ ପଣ୍ଡା,ତିହାର ମହୋତ୍ସବର ସମ୍ପାଦକ ଅରବିନ୍ଦ ପାତ୍ର ପ୍ରମୁଖ ମଞ୍ଚସିନ ରହିଥିଲେ।ଏହି ଅବସରରେ ବିଭିନ୍ନ ତଥା ଧରମପୁତ୍ର ସାଂସ୍କୃତିକ ଅନୁଷ୍ଠାନ ହରିଆଣା,ମୃଣ୍ମୟି କଲଚରାଲ ସୋସାଇଟି ଭବାନୀପାଟଣା ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ବିଜେପୁରର ସୁରଝଙ୍କାର ସଙ୍ଗୀତ ପରିବେଷଣ କରିଥିଲେ।ସେହିପରି ହାସ୍ୟ କବି ନକୁଳ ମେହେର,ରଂଜୀତ ପଧାନ,ସଚି ପଣ୍ଡା,ମନୋରଞ୍ଜନ ଲୁହା ତାଙ୍କ କବିତା ମାଧ୍ୟମରେ ଲୋକଙ୍କୁ ସଚେତନ ସହ ବାର୍ତା ଦେଇଥିଲେ।ସହଯୋଗୀ ଭାବରେ ଦୀପକ ରଏ,ପପୁନ ପଧାନ,ଦାମୋଦର ମେହେର,ନରୋତ୍ତମ ପଣ୍ଡା,ଜିତୁ ଭୋଇ,ଶଙ୍କର ବାରିକ,ମନୋଜ ଭୋଇ,ଶିବ ଭୋଇ ଓ ତିହାର ମହୋତ୍ସବର ସଦସ୍ୟ ପ୍ରମୁଖ ରହିଥିଲେ।