କୋଣାର୍କ ଭଗବତୀ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ
କୋଣାର୍କ----କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦୧୮ରେ ଗଠିତ ହୋଇଥିବା ଆଲୁମିନି ଆସୋସିଏସନର ପ୍ରଥମ ବାର୍ଷିକ ଉସô୍ବ ପାଳିତ ହୋଇଯାଇଛି । ଆସୋସିଏସନର ସଭାପତି ହୃଦାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବରେ କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଶରତ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆସୋସିଏସନର ସଭାପତି ଶ୍ରୀ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଏହି ମହାବିଦ୍ୟାଳୟଟି ୪୨ ବର୍ଷ ତଳେ ସ୍ଥାପିତ ହୋଇଥିଲେ ମଧ୍ୟ ଯେଉଁପରି ଅଗ୍ରଗତି ହେବା କଥା ସେପରି ହୋଇନାହିଁ । ଏବେ ବି ସେଇ ପୁରାତନ ନୁଆଣିଆ ବିପଦ ସଙ୍କୁଳ ଆଜବେଷ୍ଟସ ଘରେ ୧୮ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟ ପରିସର ମଧ୍ୟରେ ଶୌଚାଳୟ, କମନରୁମ୍, ସାଇକଲ ଷ୍ଟାଣ୍ଡ, ପାନୀୟ ଜଳର ସୁବିଧା ନଥିବା ବେଳେ ଅଣଛାତ୍ରଙ୍କ ଅବାଧ ପ୍ରବେଶ ଶୈକ୍ଷିକ ପରିବଶେକୁ ନଷ୍ଟ କରୁଛି । ମହାବିଦ୍ୟାଳୟ ମଧ୍ୟରେ ଶୈକ୍ଷିକ ପରିବେଶ ନଥିବାରୁ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ କମ ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଲୁମିନି ଆସୋସିଏସନର କର୍ମକର୍ତ୍ତାମାନେ ଅଣ୍ଟା ଭିଡିଛନ୍ତି । ଆସୋସିଏସନର ଉପଦେଷ୍ଠା ବାଉରିବନ୍ଧୁ ଗୋଚ୍ଛାୟତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ପଞ୍ଚାନନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ପୁରାତନ ଛାତ୍ର ଚିତ୍ତରଞ୍ଜନ ପଣ୍ଡା, ଜୟନ୍ତୀ ମହାନ୍ତି, ଅଜୟ କୁମାର ସେଠୀ, କିଶୋର କୁମାର ସାହୁ, ଭୀମସେନ ସ୍ୱାଇଁ ଓ ଲକ୍ଷ୍ମୀପ୍ରୟା ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ