୨ ମାଙ୍କଡା ପଥର ବୋଝେଇ ମିନିଟ୍ରକ ଓ ୧ ଟି ପାୱାର ଟିଲର ଜବତ
ବେଗୁନିଆ---- ସୋମବାର ସକାଳ ସମୟରେ ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଲୋକିପୁର ଠାରେ ୨ ଟି ମାଙ୍କଡା ପଥର ବୋଝେଇ ମିନିଟ୍ରକ ଓ ୧ ଟି ପାୱାର ଟିଲର ରହିଥିବାର ଖବର ପାଇ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଓ ଆଡିସନାଲ ତହସିଲଦାର ଜନ୍ମେଜୟ ସାହୁ ପହଞ୍ଚିି ଗାଡିଟିକୁ ଜବତ କରିଥିଲେ । ଗାଡିର ଡ୍ରାଇଭର ବା କେହି ନ ଆସିବାରୁ ଗାଡି ଦୁଇଟିକୁ ବେଗୁନିଆ ପୋଲିସକୁ ହସ୍ତାନ୍ତର କରାଯାଇଛି । ବେଗୁନିଆ ଅଞ୍ଚଳରେ ପ୍ରତିଦିନ ବେଆଇନ ଭାବେ ପଥର କଙ୍କା ଚାଲିଛି । ପ୍ରଶାସନ ପକ୍ଷରୁ କୌଣସି ଖଚ୍ଚି ଲିଜ ଦିଆନହୋଇଥିଲେ ମଧ୍ୟ କିଛି ଅସାଧୁ ଯୁବକ ମାନେ ପ୍ରଶାସନର ତାଗିଦକୁ ବେଖାତିରି କରି ପଥର ଚୋରା ଭାବରେ କାଟୁଥିବା ଜଣାପଡିଛି । ଏହାକୁ ନଜର କରି ପ୍ରତିଦିନ ଖଚ୍ଚି ଓ ଗାଡି ଗୁଡିକ ତନଖି କରାଯିବ ବୋଲି ବେଗୁନିଆ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା