Breaking News

ଉଦ୍ୟୋଗି ବିକାଶ ତାଲିମ ଶିବିର ଉଦ୍ଯାପିତ

କୋଣାର୍କ------ପୁରୀ ଜିଲ୍ଲାର ନାଗାପାଟଣାଠାରେ ୟୁକୋ ରିଷ୍ଟି, ପୁରୀଙ୍କ ପକ୍ଷରୁ ୧୩ଦିନିଆ ଉଦ୍ୟୋଗି ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୯ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ୧୩ଦିନ ବ୍ୟାପି ଆୟୋଜିତି  ତାଲିମ ଶିବିରରେ ପୁରୀ ଜିଲ୍ଲାର ୧୧ଟି ବ୍ଲକରୁ ୨୦ଜଣ ପୁରୁଷ ଓ ମହିଳା ଯୋଗଦେଇଥିଲେ  । ୟୁକୋ ଗ୍ରାମୀଣ ଆତ୍ମନିଯୁକ୍ତି  ତାଲିମ ଅନୁଷ୍ଠାନର ପ୍ରଶିକ୍ଷକ ସୂର୍ଯ୍ୟକାନ୍ତ ମିଶ୍ର, ପ୍ରଶିକ୍ଷିକା ପ୍ରତିଭା ସାହୁ ତାଲିମ ପ୍ରଦାନ କରିଥିଲେ  ।  ଶିବିର ସଞ୍ଜୋଜିକା ଭାବେ ସ୍ୱାଗତିକା ମହାପତ୍ର ଓ ସଞ୍ଜୋଜକ ଭାବେ ପ୍ରଭାତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତାଲିମ ଶିବିରର ଉଦ୍ଯାପନି ଦିବସରେ ୟୁକୋ ରିଷ୍ଟିର ଏଲଡିଏମ ବି.କେ. ମହାନ୍ତି, ନିର୍ଦ୍ଦେଶକ ବି.ସି. ଦଳାଇ ପ୍ରମୁଖ ଉପସ୍ଥିତ ରହି ତାଲିମପ୍ରାପ୍ତ ପୁରୁଷ ଓ ମହିଳାମାନଙ୍କୁ ଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର ଅତିଥି ମାନେ ପ୍ରଦାନ କରିଥିଲେ   । ମହିଳା ଓ ପୁରୁଷମାନଙ୍କୁ ଛତୁଚାଷ, ସିଲେଇ ଶିକ୍ଷା ଓ ଅଗରବତୀ ପ୍ରସ୍ତୁତ କରିବାର ପ୍ରଣାଳୀ ଶିକ୍ଷା ଦିଆଯାଇଥିଲା  ।   କିଭଳି ନିଜେ ଉଦ୍ୟୋଗ ଆରମ୍ଭ କରି ପାରିବେ, ନିଜର ଆତ୍ମବିଶ୍ୱାସ କିପରି ବଢାଇପାରିବେ, ବିଭିନ୍ନ ସମସ୍ୟାର ସମାଧାନ କିପରି କରିପାରିବେ ଏବଂ ବ୍ୟାଙ୍କ ସମ୍ବନ୍ଧୀୟ ସଚେତନତା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଶିବିରରେ ତାଲିମ ନେଇଥିବା ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । ଗ୍ରାମୀଣ ମହିଳା ଓ ପୁରୁଷମାନଙ୍କୁ ଶ୍ୱାବଲମ୍ବି ଓ ଆତ୍ମନିର୍ଭରଶିଳ କରିବାର ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ଏହି ତାଲିମ ଶିବିର ଆୟୋଜନ କରାଯାଉଛି ବୋଲି ୟୁକୋ ରିଷ୍ଠିର ଅଧିକାରିମାନେ କହିଛନ୍ତି ।
 କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts