 |
Bari News |
ବରୀ---- ବରୀ ବ୍ଲକ ଅଧିନସ୍ଥ ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ସୁରଭି ଶିଶୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଂଜୁଲତା ବେହେରା ସଭାପତିତ୍ୱ କରିଥିବା ବେଳେ ଏବିଓ ବାଙ୍କ ବିହାରୀ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି କୃପା ସିନ୍ଧୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଦର୍ଶନ ମଲ୍ଲିକ,ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲା ବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ କୁଂଜ ବିହାରୀ ଦାଶ ମୁଖ୍ୟ ବକ୍ତା ଭାବେ ନିଜର ବକ୍ତବ୍ୟ ରଖିଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ ୧୪ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ୧୫ ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ଜଣାଯାଇଛି । ବିଶେଷ କରି ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୃପାସିନ୍ଧୁ ବିଦ୍ୟା ଭବନ ଓ ବ୍ରଜ ବନ୍ଧୁ ନୋଡାଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତୁଷ୍ଟ ମାନର ନୃତ୍ୟ ପ୍ରଦର୍ଶନ କରିଥିଲେ । ସୁରଭି କାର୍ଯ୍ୟକ୍ରମକୁ ବରୀ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଶ୍ରୀ ପ୍ରଶନ୍ନ କୁମାର ଷଢଙ୍ଗୀ ମୁଖ୍ୟଭାବେ ସୁ ପରିଚାଳନା କରିଥିଲାବେଳେ ବ୍ରଜବନ୍ଧୁ ନୋଡାଲ ୟୁପି ସ୍କୃଲ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ଶର୍ମା, ଶିକ୍ଷକ ଭାନୁଦେବ ପଡି, ରାମଚନ୍ଦ୍ର ବେହେରା, ନିକୁଂଜ ବିହାରି ସାମଲ,ମଧୁସ୍ମିତା ଦାସ, ସୁନନ୍ଦା ପାଢୀ, ପ୍ରଫୁଲ କୁମାର ପୋଥାଲ,ଗଣେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସୁରଭି କାର୍ଯ୍ୟକ୍ରମ ମଂଚକୁ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ରିତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ଉଦୟନାଥପୁର ସାଧନକେନ୍ଦ୍ର ତରଫରୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସିଆରସି ଅମିତାଭ ଜେନା ସୂଚନା ଦେଇଛନ୍ତି ।
ବରୀ , ଯାଯପୁରରୁ ଦର୍ଶନ ବେହେରାଙ୍କ ରିର୍ପୋର୍ଟ