Breaking News

ବିଧବା ହେବା ପରେ ବି ମିଳୁନି ଭର୍ତ୍ତା


 D Senapati
Sakhigopal news
 ସାକ୍ଷୀଗୋପାଳ------- ରାଜ୍ୟ ସରକାର ୬୦ ବର୍ଷରୁ ଅଧିକ ପୁରୁଷ ମହିଳା ମାନଙ୍କୁ ଭର୍ତ୍ତା ପ୍ରଦାନ କରୁଛନ୍ତି । ମାତ୍ର ଜଣେ ମହିଳାଙ୍କ ସ୍ୱାମୀ ମରିଗଲା ପରେ ତାଙ୍କୁ ତୁରନ୍ତ ଭର୍ତ୍ତ ପ୍ରଦାନ କରିବାର ସରକାରଙ୍କ ନିୟମ ରହିଛି । ସତ୍ୟବାଦୀ ବ୍ଳକରେ ଠିକ ତାର ଓଲଟା ଦେଖିବାକୁ ମିଳୁଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବିନା ପିସିରେ କୌଣସି କାମ ହୁଏ ନାହିଁ  । ଏଠାରେ ଗଛର ପତ୍ର ହଲିବାକୁ ହେଲେ ପିସି ଦେବାକୁ ପଡିଥାଏ  । କର୍ମଚାରୀ ମାନେ କାହା କଥା କିଏ ଶୁଣନ୍ତି ନାହିଁ  । ଯାହା ଫଳରେକି ସାଧାରଣ ଜନତା ଏହାର ଶୀକାର ହେବାକୁ ପଡୁଛି । ସୁଚନାଯୋଗ୍ୟ ଯେ ବିଧବା ହେବାର ଅନେକ ଦିନ ପରେ ମଧ୍ୟ କେତକୀପାଟଣା ଗ୍ରାମର କ୍ଷେତ୍ରମଣି ମହାନ୍ତିଙ୍କୁ ଭର୍ତ୍ତା ମିଳୁନାହିଁ  । ବୟସ ୭୦, କାନକୁ ଭଲ ଭାବରେ ଶୁଘୁନାହିଁ  । ଅଣ୍ଠା ନହିଁ ଗଲାଣି । ସିଧା ହୋଇ ଠିଆ ହେବା ବହୁ କଷ୍ଟକର , ତଥାପି ଭର୍ତ୍ତା ପାଇବାରୁ ସେ ବଞ୍ଚିତ  । ଦରଖାସ୍ତ ଫର୍ମ ପକାଇ ପକାଇ ଶେଷରେ ନିରାଶ ହୋଇ  ସେପ୍ଟେମ୍ବର ମାସ ୨୩ ତାରିଖରେ ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ଲୋତକଭରା ଆଖିରେ ତାଙ୍କର ଦୁଖଃ ଜଣାଇଥିଲେ  । ଉପଜିଲ୍ଲାପାଳ ତୁରନ୍ତ ବ୍ଳକ ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀଙ୍କୁ ଡକାଇ ବିରକ୍ତି ପ୍ରକାଶ ହେବା ସହ ଅକ୍ଟୋବର ୧୫ ତାରିଖରେ ଭର୍ତ୍ତା ପାଇବାର ବନ୍ଦୋବସ୍ଥ କରିବାକୁ କହିଥିଲେ  । ମାତ୍ର ଅଭିଯୋଗ ହେବାର ଏକମାସ ହୋଇଗଲା ଏ ପର୍ଯ୍ୟନ୍ତ ଅସହାୟ ବିଧବା ମହିଳା କ୍ଷେତ୍ରମଣି ଭର୍ତ୍ତା ପାଇବାରୁ ଆଜିବି ବଞ୍ଚିତ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts