୧୦୮ଆମ୍ବଲାନସ ଆସିବା ଡେରି ହେବାରୁ ମଦ୍ୟପ ଯୁବକଙ୍କ ମେଡିକାଲରେ ଉନ୍ନତ କାଣ୍ଡ; ଥାନାରେ ଅଭିଯୋଗ
ଡେଲାଙ୍ଗ ଡେଲାଙ୍ଗ ମେଡିକାଲରେ ଗତ ମଙ୍ଗଳବାର ରାତିରେ ବେରବୋଇର କାବୁଲି ବେହେରା ଓ ବିକାଶ ବେହେରା ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ଡେଲାଙ୍ଗ ମେଡିକାଲକୁ ନେଇଥିଲେ । ସେଠାରେ ରାତ୍ର କାଳୀନ ଡ୍ୟୁଟି କରୁଥିବା ଡାକ୍ତର ଓ କର୍ମଚାରୀ ମାନେ ସେମାନଙ୍କର ଚିକିତ୍ସା କରିଥିଲେ । ମାତ୍ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ୬ନଂ ମେଡିକାଲକୁ ପଠାଇଥିଲେ । ମାତ୍ର ୧୦୮ ଆମ୍ବଲାନସ ଆସିବା କିଛି ସମୟ ଡେରି ହେବାରୁ ସେଠାରେ କିଛି ମଦ୍ୟପ ଯୁବକ ମାନେ ଡାକ୍ତରଙ୍କୁ ଗାଳିମନ୍ଦ କରିବା ସହ ଧମକ ଦେଇଥିଲେ । ଭୟରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ ମାନେ ଗୋଟିଏ ଘରେ ରହିଥିଲେ । ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଲେ ଉକ୍ତ ଯୁବକ ମାନେ ଚିହ୍ନଟ ହୋଇ ପାରିବେ ବୋଲି ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରର ଉନିଚାର୍ଯ୍ୟ ସନ୍ତୋଷ କୁମାର ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇଥବା ଜଣାପଡିଛି । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଂଜନ ପଟ୍ଟନାୟକ ତଦନ୍ତ ଜାରି ରଖିଛନ୍ତି ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି