Breaking News

ତରଣୀସେନ ମହଲାଙ୍କୁ ହତ୍ୟା , ତିନି ଅଭିଯୁକ୍ତ ଗିରଫ


   ବରଗଡ଼------ବିଜେପୁର ଉପନିର୍ବାଚନ କୁ ଆଉ ୪ଦିନ ବାକି ଥିବାବେଳେ ଆରମ୍ଭ ହୋଇଯାଇଛି ଆତଙ୍କର ପଦ ଧ୍ଵନି । ଆଉ ଏହାର ଶିକାର ପାଳଟିଛନ୍ତି  ତରଣୀସେନ ମହଲା।  ସଫେଇ କର୍ମଚାରୀ ମାନେ ଡ଼ମ୍ପିୟାଡ଼କୁ ଆବର୍ଜନା ନିଷ୍କାସନ ପାଇଁ ଯାଇଥିବାବେଳେ ଏକ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।ମୃତ ଯୁବକଟି ହେଉଛନ୍ତି ବିଜେପୁର ର ଗାଇସିଲେଟ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ତରଣୀସେନ ମହଲା।ପୋଲିସ ମୃତ ଦେହକୁ ଜବତ କରି ସଙ୍ଗେ ସଙ୍ଗେ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା।ଏହାଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ମୃତ ମହଲା ବିଜେପୁର ଉପ ନିର୍ବାଚନ ପାଇଁ ବ୍ଲକ ସଂଯୋଜକ ଥିଲେ।  ତଦନ୍ତରୁ ଜଣା ପଡ଼ିଛି ଯେ ପାଇଖାନା ବିଲ୍ ବିବାଦକୁ ନେଇ ହତ୍ୟା କରାଯାଇଥିବା ତଦନ୍ତ ରୁ ଜଣା ପଡ଼ିଛି ।  ଆଜି ବିଜେପୁର ଥାନାରେ ସାମ୍ବାଦିକ ସମ୍ବିଳନୀରେ ବରଗଡ଼ ଏସପି ପଦ୍ମିନୀ ସାହୁ କହିଥିବାବେଳେ  ଏହି ହତ୍ୟା ମାମଲା ରେ ୩ ଜଣଙ୍କୁ ଗିରଫ କରାଯାଇଛିଓ ସେମାନେ ହେଲେ,ବିଜେପୁର ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ରିକୁ ସାହୁ,ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଖରାବାହାଲ ଗ୍ରାମର ରମା ଓରଫ ହରିବନ୍ଧୁ ମେହେର ଓ ଫକୀର ମେହେର।ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ହାତୁଡି ଓ ପୋଡି ଯାଇଥିବା ଲାପଟପ ଜବତ ହୋଇଛି।ଗତ ୧୨ ତାରିଖ ବିଜେପୁରର ଏକ ଭଡାଘରେ ତରାଣୀକୁ ରିକୁ ଓ ରମା ହତ୍ୟାକରିଥିବା ବେଳେ ଫକୀର ମୃତ ଦେହକୁ ଡ଼ମ୍ପିୟାଡ଼କୁ ନେବାରେ ସହଯୋଗ କରିଥିବା ଏସପି ସାହୁ ସୂଚନା ଦେଇଛନ୍ତି। 

ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱତନ୍ତ୍ର ପ୍ରତିନିଧି ସନାତନ ବାରିକଙ୍କ ରିପୋର୍ଟ

Blog Archive

Popular Posts