କାଳୀପୂଜା ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ
ସାକ୍ଷୀଗୋପାଳ ----- ଆସନ୍ତା ୨୭ ତାରିଖରେ କାଳୀପୂଜା ଅନୁଷ୍ଠିତ ହେବ । ବର୍ଷକୁ ଥରେ ପୁରୀ ଜିଲ୍ଲାର ତନ୍ତ୍ରପୀଠ ବୀରଗୋବିନ୍ଦପୁରରେ ପୂଜିତ ମା ‘ ଦକ୍ଷିଣକାଳୀଙ୍କର ମୃଣ୍ମୟୀ ମୂର୍ତ୍ତି ପାଇଁ ମଙ୍ଗଳବାର ଦିନ ମାଟି ଅନୂକୂଳ ହୋଇଯାଇଛି । ମାଙ୍କ ପୂଜିତ ପୀଠରୁ ଆଜ୍ଞାମାଳ ନିଆଯାଇ ପାଖରେ ଥିବା ଶଶ୍ମାନରୁ ମାଟି ସଂଗ୍ରହ କରାଯାଇଥିଲା । ଶ୍ରେତୀୟ ବାହ୍ମଣ ମାନଙ୍କ ସହ ଘଣ୍ଟ, ଘଣ୍ଟି, ବାଦ୍ୟ ଓ କାହାଳୀ ବଜାଇ ମାଙ୍କ ମୂର୍ତ୍ତି ନର୍ମାଣ ପାଇଁ ପୀଠର ମୁଖ୍ୟ ପୂଜକ ଅଗାଧୁ ଦୀକ୍ଷିତ ସମସ୍ତ ପୂଜା ପାଠ କରି ମାଟି ସଂଗ୍ରହ କରି ଏକ ଶୋଭାଯାତ୍ରା ରେ ପୀଠକୁ ଆସିଥିଲା । ଏହି ଶୋଭାଯାତ୍ରାରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଭିକାରୀ ଚରଣ ନନ୍ଦ, ସମ୍ପାଦକ ଶ୍ରୀନିବାସ ମିଶ୍ର, ସଦସ୍ୟ ନାରାୟଣ ଆଚାର୍ଯ୍ୟ, ଆଦିତ୍ୟ ପ୍ରସାଦ ନନ୍ଦ, ବୈକୁଣ୍ଠ ନନ୍ଦ,ନୀଳକଣ୍ଠ ମହାପାତ୍ର ଓ ରଜତ କୁମାର ନନ୍ଦ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସତ୍ୟବାଦୀ ଥାନା ଆଇଆଇସି ସଦଳବଳେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି