ଯଞ ପୁର୍ଣ୍ଣାହୁତି ସହ ଶେଷ ହେଲା ଗଜଲକ୍ଷ୍ମୀ ପୂଜା
ବରଗଡ଼ ---- ବରଗଡ଼;ଜିଲ୍ଲା ଅନ୍ତର୍ଗତ ଲାଦେରପାଲି ସ୍ଥିତ ଭାରତୀୟ ଖାଦ୍ୟ ନିଗମ ପରିସରରେ କୁମାର ପୂର୍ଣ୍ଣିମା ଦିନ କଳସ ଯାତ୍ରା ସହ ମା ଗଜଲକ୍ଷ୍ମୀଙ୍କ ଆବାହନ ପୂଜାବିଧି ଚାଲିଥିବା ବେଳେ ଆଜି ଅପରାହ୍ନରେ ଯଞର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବସ୍ତି ନିକଟସ୍ଥ ତଳି ବନ୍ଦ ପୋଖରୀ ହୁଡାରେ ବିଧିକ୍ରମେ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ର ପଠନ ପୂର୍ବକ ଜଳପୁର୍ଣ୍ଣ ମାନସିକ କଳସ ଘଣ୍ଟ, ଶଙ୍ଖ,ବାଜା ବଜାଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପ ସମୀପରେ ସ୍ଥାପନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ପୂଜାରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ଶ୍ରୀ ପ୍ରଦୀପ ମିଶ୍ର ରହିଥିବାବେଳେ ପୁସ୍ତକାଚାର୍ୟ୍ଯ ଭାବରେ ଗୁରୁଚରଣ ଷଡ଼ଙ୍ଗୀ ରହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର ମହାପାତ୍ର,ଗୋବିନ୍ଦ ଶର୍ମା ତଥା ଜୟରାମ ଦାଶ ପୂଜାକାର୍ଯ୍ୟରେ ସହଯୋଗ କରୁଥିବାବେଳେ କର୍ତ୍ତାକର୍ତ୍ରୀ ଦାୟିତ୍ୱରେ ପ୍ରତାପ କିଶୋର ମହାନ୍ତି(ବାବୁଲି)ଓ ତାଙ୍କ ପତ୍ନୀ ଚାରୂଲତା ମହାନ୍ତି ରହିଛନ୍ତି। ଜଗତସିଂପୁର ଜିଲ୍ଲାର ବାସୁଦେବ ନୃତ୍ୟ ଏକାଡେମୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ଆଜି ପୂର୍ଣ୍ଣାହୁତି ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା ଗଜଲଷ୍ମୀ ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ।