Breaking News

୪୭ବର୍ଷରେ ପଦାର୍ପଣ କଲା ଆଡହୁରିଆ-ଯଶୋବନ୍ତପୁର ଲକ୍ଷ୍ମୀପୂଜା

ହାଟଡ଼ିହି-----ହାଟଡିହି ବ୍ଲକ ଆଡହୁରିଆ-ଯଶୋବନ୍ତପୁର ଲକ୍ଷ୍ମୀ ପୂଜା ୪୭ବଷରେ ନିରବଛିନ୍ନ ଭାବେ ପୂଜା କରି ଆସୁଛି  ।  ବଡ ଆଡମ୍ବରପୁର୍ଣ୍ଣ ସହକାରେ ଗ୍ରାମବାସୀମାନେ ପୂଜାର ଆୟୋଜନ କରିଛନ୍ତି । ସୁଚନାଯୋଗ୍ୟ ଯେ ଯାଜପୁରର କିଶନଲାଲ ନାମକ ଜଣେ ମାରୱାଡି  ଆଡହୁରିଆରେ ରହି ବ୍ୟବସାୟ କରୁଥିବାବେଳେ  ଶ୍ୟାମ ସୁନ୍ଦର ସତପଥିଙ୍କ ସହଯୋଗରେ ୪୭ବର୍ଷ ପୁର୍ବେ ପ୍ରଥମେ ଗଜଲକ୍ଷ୍ମୀ ପୂଜା ଆୟୋଜନ କରିଥିଲେ । ପରେ ସେ ଯାଜପୁର ପଳାଇବାପରେ ଗ୍ରାମବାସୀମାନେ ମିଳିତ ଭାବେ ଏହି ପୂଜାକୁ କରିଆସୁଛନ୍ତି । ପ୍ରକାଶ କୁମାର ସାହୁ, ବସନ୍ତ କୁମାର ସାହୁ, ବଳରାମ ସା, ରମେଶ ସାହୁ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ କାହ୍ନୁ ଚରଣ ପଣ୍ଡା, ମାନସ ରଞ୍ଜନ ତିଆଡି ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି  । ୫ଦିନ ଧରି ଏହି ପୂଜା ଚାଲିବାକୁ ଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ କିର୍ତ୍ତନ ଚାଲୁରହିଛି ।
 ହାଟଡିହିରୁ ବିକାଶ ବି୍ଶ୍ୱାଳ

Blog Archive

Popular Posts