Breaking News

ମଟର ସାଇକେଲକୁ ଧକ୍କା ଦେଇ ବସ ଓଲଟିଲା ; ଜଣେ ମୃତ ; ୨୦ ଆହତ


 D Senapati
Sakhigopala news
ସାକ୍ଷୀଗୋପାଳ ------  ସତ୍ୟବାଦୀ ଥାନା ଅର୍ନ୍ତଗତ ବୀରଗୋବନ୍ଦପୁର ଛକ ନିକଟରେ ପୁରୀ- ଭୁବନେଶ୍ୱରନଂ ୩୧୬  ଜାତୀୟ ରା ଏକ ଯାତ୍ରୀବାହି ବସ ଓଲଟି ପଡି ଜଣଙ୍କର ମୃତ୍ୟୂ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ସକାଳ ୮ଟା ସମୟରେ ପୁରୀରୁ ଭୁବନେଶ୍ୱର ଯାଉଥିବା ଶ୍ରୀଦୁର୍ଗା ନଂ ଓଆର, ୧୩ ବି, ୦୪୦୫ ବସଟି ଆଗରେ ଯାଉଥିବା ଏକ ମଟର ସାଇକେଲକୁ ଧକ୍କା ଦେଇଥିଲା  । ଯାହା ଫଳରେକି ମଟର ସାଇକେଲ ଆରୋହୀ  ରାସ୍ତା ଉପରେ ଛିଟିକି ପଡିଥିଲେ  । ବସର ଡ୍ରାଇଭର ମଟର ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବାମ ପଟକୁ କାଟି ଦେଇଥିଲେ  । ଯାହା ଫଳରେକି ବସଟି ଭାରସାମ୍ୟ ହରାଇ ରାସ୍ତା ତଳ ନୟନଯୋଡିକୁ ଓଲଟି ପଡିଥିଲା  । ଫଳରେ ବସରେ ଥିବା ଯାତ୍ରୀ ମାନେ ଆହତ ହୋଇଥିଲେ  । ସ୍ଥାନୀୟ ଯୂୁବକ ମାନେ ଆହତ ମାନଙ୍କୁ ଉଦ୍ଦାର କରି ପ୍ରଥମେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ  । ସେମାନଙ୍କ ମଧ୍ୟରୁ ୧୨ଜଣ ପ୍ରାଥମିକ ଚିକିତ୍ସା ହୋଇ ଫେରିଯାଇଛନ୍ତି ।  ବିଳାସିନୀ ନାୟକ, ସଂଜୁକ୍ତା ଲେଙ୍କା, ପୁର୍ଣ୍ଣମା ନାୟକ, ରାଜକମଲ ସ୍ୱାଇଁ, ଦୀପକ ଦାଶ, ପ୍ରତିପ୍ରଜ୍ଞା ନାୟକ, ଜ୍ୟେତି ପ୍ରକାଶ ମିଶ୍ରଙ୍କ ସହିତ ମଟର ସାଇକେଲ ଚାଳକଙ୍କୁ ଅଧିକ ଚିକତ୍ସା ପାଇଁ ପୁରୀ ପଠାଯାଇଥିଲା  । ସେମାନଙ୍କ ମଧ୍ୟରୁ ମଟର ସାଇକେଲ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ  । ଖବର ପାଇ ସତ୍ୟବାଦୀ ଆଇଆଇସି ଶକୁନ୍ତଳା ପତି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଯାକ ଗାଡି ଜବତ କରି ରାସ୍ତାରେ  ଗାଡି ଚଳାଚଳ ସ୍ୱଭାବିକ କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts