 |
Sakhigopala News |
ସାକ୍ଷୀଗୋପାଳ -----ସତ୍ୟବାଦୀ ଗୋପିନାଥ ଦେବଙ୍କର ପବିତ୍ର ଅଁଳାନବମୀ (ରାଧା ) ପାଦ ଦର୍ଶନ ନଭେମ୍ବର ମାସ ୫ ତାରିଖ ସହିତ ବଡ ଏକାଦଶୀ ପର୍ବ ପାଇଁ ମଙ୍ଗଳବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରୁ ବିଧାୟକ କହିଥିଲେ ଯେ ସେବାୟତ ସଂଘ କ’ଣ ପାଇଁ ବୈଠକ ବର୍ଜନ କରିଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହ ମନ୍ଦିର କାର୍ଯ୍ୟ ନିବାହୀ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ । ସେବାୟତ ସଂଘ କେତକ ଦାବୀ ନେଇ ଉକ୍ତ ସଭାରେ ଯୋଗଦେଇନଥିବା ସମ୍ପର୍କେ ସେ କହିଥିଲେ । ସେବାୟତ ମାନଙ୍କ ସହିତ ଏଡିଏମ, ଉପଜିଲ୍ଲାପାଳ, ଏସଡିପିଓ, ତହସିଲଦାର, ବିଡିଓ, ଆଇଆଇସି ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱତନ୍ତ୍ର ଭାବେ ଆଲେଚନା କରିବେ ବୋଲି ବିଧାୟକ କହିଥିଲେ । ଏଡିଏମ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ,ତହସିଲଦାର କସ୍ତୁରୀ ପ୍ରଧାନ, , ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ସ୍ୱାଇଁ, ଏସଡିପିଓ ଦେବଦତ୍ତ ବରାଳ, ଅତିରିକ୍ତ ଦେବତ୍ତର କମିଶନର ଆଶିଷ ପଟ୍ଟନାୟକ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ , ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଯାତ୍ରାଟିକୁ ସବାଙ୍ଗ ସୁନ୍ଦର କରିବା ପାଇଁ ବିଧାୟକ ଶ୍ରୀ ସାମନ୍ତରାୟ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଯାତ୍ରା ପାଇଁ ପୋଲିସ ପକ୍ଷରୁ ୪ ପ୍ଳାଟୁନ ଫୋର୍ସ , ୨ ଅସ୍ଥାୟୀ କ୍ୟମ୍ପ, ୨ଜଣ ଅତିରିକ୍ତ ଏସପି, ଏସଡିପିଓ, ଡିଏସପିଙ୍କ ସହିତ ଟ୍ରାଫିକ ଅଧିକାରୀ ମାନେ ରହିବେ ବୋଲି ଅତିରିକ୍ତ ଏସପି ଶ୍ରୀ ସ୍ୱାଇଁ କହିଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ପୂର୍ବ ବର୍ଷ ପରି ଏ ବର୍ଷ ସେବା ଯୋଗାି ଦିଆଯିବ ବୋଲି ମନୋଜ ପାତ୍ର କହିଥିଲେ । ପୂର୍ତ୍ତିିବିଭାଗ ପକ୍ଷରୁ ବ୍ୟାରକେଟ ନିର୍ମାଣ କରିବା ସହ ଭକ୍ତ ମାନଙ୍କ ପାଇଁ ଖରାରୁ ରକ୍ଷା ପାଇବା ପାଇଁ କନା ସିଂଲି କରିବେ । ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା,. ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟ ଜଳ, ସଫେଇ, ସେବା ଶିବିର ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକମ ସର୍ମ୍ପର୍କେ ବିଶେଷ ଭାବରେ ଆଲେଚନା କରାଯାଇଥିଲା । ଚଳିତ ବର୍ଷ ଭିଆଇପି ପାସ ଦେବତ୍ତର କମିଶନରଙ୍କ ଅଧିନରେ ରହିବ । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ବୋଲି ବିଧାୟକ କହିଥିଲେ । ପ୍ରତିବର୍ଷ ଏହି ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହେଉଆସୁଥାବା ବେଳେ ଚଳିତ ବର୍ଷ ଚାରିଦିନ କରାଯିବ । କାରଣ ଦଶମୀ ଦୁଇଦିନ ପଡୁଥିବାରୁ ଏକାଦଶୀ ୯ ତାରିଖରେ ଅନୁଷ୍ଠିତ ହେବ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ । ଦୁତୀୟ ପ୍ରସ୍ତୁତି ବୈଠକ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି