ଚନ୍ଦ୍ରଭାଗାରେ ହବିଷ୍ୟାଳିଙ୍କ ଭିଡ
କୋଣାର୍କ --- ପବିତ୍ର ଧର୍ମୀୟ କାର୍ତ୍ତିକ ମାସ । ଏହି ଧର୍ମିୟ ମାସରେ ହବିଷ୍ୟାଳି ମାନେ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ତୀର୍ଥ କ୍ଷେତ୍ରରେ ରହି ନିଷ୍ଠାପର ଚିତ୍ତରେ ଈଶ୍ୱଙ୍କୁ ଚିନ୍ତା କରିବା ସହିତ ଉପବାସ ରହି ହବିଶ ବ୍ରତ ପାଳନ କରିଥାନ୍ତି । ଏଥିପାଇଁ ପୌରାଣିକ ତୀର୍ଥ କ୍ଷେତ୍ର ଚନ୍ଦ୍ରଭାଗାରେ ହବିଶ ବ୍ରତ ପାଳନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ କୁମାର ପୂର୍ଣ୍ଣିମା ପୂର୍ବରୁ ଏଠାରେ ଆସି ପହଞ୍ଚିଛନ୍ତି । ହବିଷ୍ୟାଳି ମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧୀର ସଙ୍ଗମସ୍ଥଳରେ ବୁଡ ପକାଇ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ଓ ବନ୍ଦାପନା କରିଥାନ୍ତି । ଚନ୍ଦ୍ରଭାଗାରେ ଥିବା ଛୋଟାରାମ ବାବା ମଠ, ଦରିଆ ମହବୀର ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଏହି ହବିଷ୍ୟାଳିମାନେ ରହି ପ୍ରତେହ ସ୍ନାନ ଶୌଚ ହୋଇ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଦେବଙ୍କୁ ବନ୍ଦପନା କରିବା ସହିତ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଦେଇ ଥିବା ବେଳେ ଦିନତମା ଭଜନ କୀର୍ତ୍ତନରେ ବ୍ରତଧାରୀ ବୃଦ୍ଧାମାନେ ମଜିରହୁଛନ୍ତି । ଆସନ୍ତା ନଭେମ୍ବର ମାସ ୧୨ ତାରିଖ କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଶରେ ଚନ୍ଦ୍ରଭାଗାର ତୀର୍ଥ ପୁଷ୍କରଣୀ ଓ ମହୋଦଧୀର ସଙ୍ଗମସ୍ଥଳରେ ବୁଡ ପକାଇ ସୂର୍ଯ୍ୟ ଦେବଙ୍କୁ ପୂଜାଅର୍ଚ୍ଚନା ଓ ବନ୍ଦାପନା କରିବା ପରେ ହବିଶ ବ୍ରତ ଉଦଯାପିତ ହେବ ବୋଲି ହବିଷ୍ୟାଳିମାନେ କହିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ