ଗଜଲକ୍ଷ୍ମୀଙ୍କ ପୂଜା ପାଇଁ କୃଷ୍ଣପ୍ରସାଦ ଉତ୍ସବମୁଖର
କୃଷ୍ଣପ୍ରସାଦ -- ମା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ କୃଷ୍ଣପ୍ରସାଦ ଅଞ୍ଚଳ ଉତ୍ସବ ମୁଖର ହୋଇପଡିଛି । ମନ୍ତ୍ର ବାଦ୍ୟରେ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି । ଝିଲିମିଲି ଆଲୋକମାଳାରରେ ଝଲସି ଉଠୁଛି ପୂଜା ମଣ୍ଡପ । ଅଲଣ୍ଡା ପଞ୍ଚାୟତର ପାଟଣା ଗ୍ରାମବାସୀଙ୍କ ତରଫରୁ ୩୨ ତମ ଗଜଲକ୍ଷ୍ମୀ ପୂଜା ଉତ୍ସବ ଆଡମ୍ବର ସହକାରେ ପାଳିତ ହେଉଅଛି । ପୂଜା ଉତ୍ସବ କମିଟ ସଭାପତି ଗୋପବନ୍ଧୁ ଦାସ,ସମ୍ପାଦକ ଦିବାକର ଦାସ,କୋଷାଧ୍ୟକ୍ଷ ଶୁବାହୁ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଏହି ଅବସରରେ ମନୋରଞନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହିଭଳି ଉକ୍ତ ପଂଚାୟତର ତିଛିଣି,ଜମୁନା,ସହିତ କୃଷ୍ଣପ୍ରସାଦ ପଂଚାୟତର ପାଇକସାହି, ଜହ୍ନିକୁଦା,ଚିଲିକା,ନୂଆପଡା,ବଡଝାଡ,ତିତିପ,ଚାରିଛକ,ମାଲୁଦ,ପାଇକରାପୁର,ବୁଦ୍ଧିବର,ବଜ୍ରକୋଟ,ଅଣୁଆଁ,ଗୋପାଳପୁର ଆଦି ସ୍ଥାନ ମାନଙ୍କରେ ପୂଜା ମଣ୍ଡପକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜାଯାଇଛି । ଚାରିଛକ ବଜାର ଠାରେ ଗଜଲକ୍ଷ୍ମୀ ପୂଜା କମିଟ ତରଫରୁ ବାଦିପାଲା ପରିବେଷଣ ହେଉଛି । ସେହିପରି କେତକ ପୂଜା ମଣ୍ଡପରେ ଭଜନ ସମାରୋହ ତ ଆଧୁନିକ ନୃତ୍ୟୁ ପରିବେଷଣ କରାଯାଉଛି । ଶାନ୍ତି ଶୃଙ୍ଖଳା ନିମନ୍ତେ କୃଷ୍ଣପ୍ରସାଦ ଥାନା ଆଇଆଇସି ଅଭିମନ୍ୟୁ ନାୟକଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ପୂଜା ଉତ୍ସବ ଚାରି ଦିନ ଧରି ଚାଲିବ ବୋଲି ଜଣାଯାଇଛି ।
କୃଷ୍ଣପ୍ରସାଦ ବ୍ଳକରୁ ଦୁର୍ଗା ଚରଣ ସ୍ୱାଇଁଙ୍କ ରିପୋର୍ଟ