୬୫ତମ ରାଜ୍ୟ ସ୍ତରୀୟ ଫୁଟବଲ ଓ ଟେନିକୋଏଟ ପ୍ରତିଯୋଗିତା
ବରଗଡ଼---- ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ବେସରକାରୀ ସ୍କୁଲ ସିଦ୍ଧାର୍ଥ ପବ୍ଲିକ ସ୍କୁଲ ଠାରେ ଓଡିଶା ଶିକ୍ଷାବିଭାଗ ଦ୍ୱାରା ଆୟୋଜିତ ୬୫ ତମ ରାଜ୍ୟ ସ୍ତରୀୟ ଫୁଟବଲ ଏବଂ ଟେନିକୋଏଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ପୋଲିସ ଡିଆଇଜି ଶ୍ରୀ ହିମାଂଶୁ କୁମାର ଲାଲ, ସମ୍ମାନିତ ଅତିଥି ଭାବେ ବରଗଡ଼ ଏସପି ପଦ୍ମିନୀ ସାହୁ, ଶିକ୍ଷାବିଭାଗ ଯୁଗ୍ମ ନିର୍ଦ୍ଦେଶକ ଓଡିଶା ସରକାର ସ୍ନେହମୟୀ ସେନାପତି, ମିତ୍ରଭାନୁ କଚ୍ଛପା,ଭି ଶ୍ରୀନିବାସ ରାଓ ଯୋଗଦେଇ କ୍ରୀଡ଼ା ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ପ୍ରତିଯୋଗିତା ୨ ତାରିଖ ରୁ ଆରମ୍ଭ ହୋଇ ୪ ତାରିଖରେ ଉଦଯାପିତ ହେବ । ଫୁଟବଲ ବିଭାଗରେ ୧୭ ବର୍ଷ ମଧ୍ୟରେ ଝିଅ ଓ ଟେନିକୋଏଟ ଖେଳରେ ପୁଅ ଓ ଝିଅ ମଧ୍ୟରେ ୧୪ଓ ୧୭ ବର୍ଷ ମଧ୍ୟରେ ଖେଳାଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନେ ଚୟନ ହେବେ ଆଗାମୀ ଦିନରେ ଜାତୀୟ ସ୍ତରରେ ଖେଳିବାପାଇଁ ମନୋନୀତ ହେବେ ବୋଲି ଜଣାପଡିଛି । ଏହି ପ୍ରତିଯୋଗିତା ରେ ୨୦ ଟି ଜିଲ୍ଲାରୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି | ଶିକ୍ଷାବିଭାଗ ର ଜିଲ୍ଲାଅଧିକାରୀ ଶ୍ରୀ ପ୍ରକାଶ ଯୋଶୀ କହିଛନ୍ତି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ସମାନ ଓ ତାହା ସରକାରଙ୍କ ଅଧୀନରେ ଅଛି, ଯାହା ପାଖରେ ଅଧିକ ପଇସା ଅଛି ସେହି ଛାତ୍ରଛାତ୍ରୀ ପ୍ରାଇଭେଟ ସ୍କୁଲ ରେ ପଢୁଛନ୍ତି ଏବଂ ଗରିବ ଶ୍ରେଣୀର ପିଲାମାନେ ସରକାରୀ ସ୍କୁଲରେ ପଢୁଛନ୍ତି । ହେଲେ ସରକାର କିଛି ଅଂଚଳରେ ସ୍କୁଲମାନ ବନ୍ଦ କରୁଛନ୍ତି ତାହା ଅର୍ଥ ହେଲା ଓଡିଶାର ଯେଉଁ ଅଂଚଳରେ ସ୍କୁଲ ବନ୍ଦ ହେଉଛି ସେହି ଅଂଚଳରେ ଆଉ ଗରିବ ଜନସାଧାରଣ ନାହାନ୍ତି | ପୋଲିସ ଡିଜି ପ୍ରତିଯୋଗି ମାନଙ୍କ ପାଦକୁ ଦେଖି ଭାବୁକ ହୋଇଯାଇଥିଲେ ଓ କହିଥିଲେ କାହାରି ଗୋଡ଼ରେ ଜୋତା ନାହିଁ ହେଲେବି ଏହି ପ୍ରତିଯୋଗୀ ମାନେ କ୍ରୀଡା ପ୍ରତି ଆକୃଷ୍ଟ ଅଛନ୍ତି ବୋଲି କହିଥିଲେ | ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବେସରକାରୀ ବିଦ୍ୟାଳୟ ପ୍ରତି ଏତେ ଦୁର୍ବଳତା କ'ଣ ପାଇଁ ତାହା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
![]() |
Bargadha news |