Breaking News

ଅଜଣା ଗାଡି ଧକ୍କାରେ ଅଚିହ୍ନା ମହିଳାଙ୍କ ମୃତ



ରମ୍ଭା----   ରମ୍ଭା ଥାନା ଅଞ୍ଚଳରେ ସୁବଳୟା ନିକଟସ୍ଥ ଜାତୀୟ ୧୬ନମ୍ବର ରାଜପଥ ଉପରେ ଆଜି ଭୋର ୬
ଟା ସମୟରେ କୈାଣସି ଅଜଣା ଗାଡ଼ି  ଧକ୍କାରେ ଅଚିହ୍ନା ମହିଳାଙ୍କ ମୃତ ଘଟିଥିବାର ଜଣାଯାଇଛି ।କେତେକ ଖବରରୁ ଜଣାଯାଇଛି ସକାଳ ପ୍ରାୟ   ଛଅଟା ସମୟରେ ବ୍ରହ୍ମପୁର ଅଞ୍ଚଳର କିଛି ଯୁବକମାନେ ପୁରୀ ଭ୍ରମଣ କରିବା ଉଦ୍ଦେଶ୍ୟରେ ଯାଉଥିବାବେଳେ ଜାତୀୟ ରାଜପଥ ଉପରେ  ମହିଳା ପଡିଥିବା ଦେଖି ଅଟକି ରହିବା ସହ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ରମ୍ଭା ଥାନା ଆଇ.ଆଇ.ସି କୃଷ୍ଣ ଚନ୍ଦ୍ର ସେଠୀ, ଓ.ଆଇ.ସି ସଂଗ୍ରାମ ଦେଓରି,ଏ.ଏସ.ଆଇ ଦିଲ୍ଲୀପ କୁମାର ସାମଲ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଖି ପାଖ ଲୋକଙ୍କ ଦ୍ୱାରା  ମୃତ ଅଚିହ୍ନା ମହିଳାଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରିଥିଲେ । ପରେ ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ  ଛତ୍ରପୁର ପଠାଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି । 

ରିପୋର୍ଟର-ଶ୍ରୀଧର ବେହେରା
S bhera
Ramva news

Blog Archive

Popular Posts