Breaking News

ସ୍ଵଚ୍ଛତା ଉପରେ ଆଧାରିତ ଭିଏସ୍ଏସ୍ କ୍ରିଏସନ ର ଆର କେତେ ଦିନ ନାଟକ ମାଧ୍ୟମରେ ସଚେତନତା


N das
Atabira news
ବରଗଡ଼------    ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଭିଏସ୍ଏସ୍ ନଗରରେ ସ୍ୱଚ୍ଛତା ପକ୍ଷକୁ ନେଇ ଗାନ୍ଧୀ ଜୟନ୍ତୀ ଅବସରରେ ଭିଏସ୍ଏସ କ୍ରିଏସନର ୮ମିନିଟ ୧୦ସେକେଣ୍ଡର ଏକ ଛୋଟ ସମ୍ବଲପୁରି ଫିଲ୍ମ"ଆର କେତେ ଦିନ" ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭକରିଛନ୍ତି।  ଏଥିରେ ଭିଏସ୍ ଏସ ନଗର ୧୦ଜଣ ଯୁବକ ୮ମିନିଟ ୧୦ସେକେଣ୍ଡର ଭିଡିଓ ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଛନ୍ତି । ବିଶେଷ କରି ଯୁବକ ମାନେ  କେମିତି ରାସ୍ତା ଘାଟ, ଜନଗହଳିସ୍ଥାନ,ରେଲୱେ ଷ୍ଟେସନ ରେ ପାନ ପୁଡ଼ିଆ ଖାଇ ଛେପ ଏଣେତେଣେ ପକାଇ ଦେଉଛନ୍ତି  । ତାହାର କିଛି ଦୃଶ୍ୟକୁ ନେଇ ଏକ ଛୋଟ ନାଟକ ମାଧ୍ୟମରେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଭିଡିଓ ଗ୍ରାଫିଟି ସ୍ଥାନୀୟ ମାଁ ଷ୍ଟୁଡିଓ ରୁ କରାଯାଇଛି । ଏଥିରେ ଭିଏସ୍ଏସ ନଗରର ଅଭିନାଶ ବାରିକ,ସନ୍ଦୀପ ପଧାନ,ବବୁନ ନାୟକ,ବିକାଶ ବାରିକ,ଶିବାନନ୍ଦ ତ୍ରିପାଠୀ, ରୀଙ୍କୁ ନାୟକ,ସମୟ ସ୍ୱରୂପ ନାୟକ,ରାଚନ୍ଦ୍ର ସାହୁ,କୁନୁ ମାଝି, ଜଗତ ସାହୁ ଅଭିନୟ କରିଥିବାବେଳେ ଅଭିନାଶ ବାରିକ ଓ ଶିବାନନ୍ଦ ତ୍ରିପାଠୀ ଯଥାକ୍ରମେ ନିର୍ଦ୍ଦେଶନା ଓ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । 
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts