ପିପିଲି ବ୍ଲକରେ ବିଧାୟକ ଶ୍ରୀ ମହାରଥୀ ପଦଯାତ୍ରା ଆରମ୍ଭ କଲେ
ପିପିଲି-----ପୁରୀ ଜିଲ୍ଲାର ପିପିଲି ବ୍ଲକରେ ବିଜେଡି ତା'ର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏହି ପଦଯାତ୍ରାରେ ସାମିଲି ହୋଇଥିବାର ଦେଖାଯାଇଥିଲା । ଜନ ସମ୍ପର୍କ ପଦଯାତ୍ରା ଟି ଡେଲାଙ୍ଗଛକ ଠାରୁ ପିପିଲି ଏନଏସି ଔର୍ଡ ୧୪, ୧୫ ଓ୧୬ ରୁ ହାଟସାହି ପଞ୍ଚାୟତର ଦାନଗହିର ଦେଇ ମିର୍ଜାପୁର ଭାୟା ପୋଡାଗୁଣୁ ର ମା ବିନ୍ଧ୍ଯବାସିନୀଙ୍କ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଜନ ସମ୍ପର୍କ ପଦଯାତ୍ରା କରାଯାଉଛି ବୋଲି ବିଧାୟକ ଶ୍ରୀ ମହାରଥୀ କହିଥିଲେ । ଏପରି ମୋ ନିର୍ବାଚନ ମଣ୍ଡଳୀରେ କୈାଣସି ପରିବାର ନାହିଁ ଯିଏକି ମୋ ପ୍ରିୟ ତଥା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ଜନ କଲ୍ୟାଣ ଯୋଜନାରେ ସାମିଲ ହୋଇନାହିଁ । ଯଦିବି କୈାଣସି ପରିବାର ଭୁଲ ବଶତଃ ରହିଯାଇଥାଏ ସେ ଏହି ଜନ ସମ୍ପର୍କ ପଦଯାତ୍ରା ରେ ସାମିଲ ହୋଇ ପାରିବ ବୋଲି ଶ୍ରୀ ମହାରଥୀ କହିଛନ୍ତି ।