Breaking News

କାକଟପୁର ରେ ମା ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା।

କୋଣାର୍କ------ ରାଜ୍ୟର ସମସ୍ତ ଶକ୍ତି ପୀଠରେ ଅ।ରମ୍ଭ ହୋଇଯାଇଛି ଶାରଦୀୟ  ପାର୍ବଣ ପୂଜ।। ସେଥିପାଇଁ ପୁରୀ ଜିଲ୍ଲା କାକଟପୁର ରେ ମା ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା। ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମାଙ୍କ ନିକଟରେ ସ୍ଵତନ୍ତ୍ର    ରୀତିନିତୀନୁସାରେ ଷୋଡଶ ଉପଚାର ପୂଜା ଅ।ରମ୍ଭ ହୋଇଛି । ଏବେ ପ୍ରତିଦିନ ମା ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ ଜମୁଛି ମାଙ୍କ ପୀଠରେ । ବର୍ଷ ତମାମ ଏଠାରେ ମା ପଞ୍ଚ ଉପଚାରରେ ପୂଜା ପାଉଥିବା ବେଳେ ପାର୍ବଣ ସମୟରେ ୧୬ ଦିନ ଯାକ ଷୋଡଶ ଉପଚାରରେ ପୂଜା ପାଇଥାନ୍ତି ମା । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା ଙ୍କ ପାଖରେ ୧୬ ପ୍ରକାର ଭୋଗ ଲାଗି କର।ଯାଇଥାଏ । ଏହି ସମୟରେ ମା ଲାଲିକଲି ବେଶ,କଳାକଳିବେଶ, ସିଂହବାହିନୀ ବେଶ,କାପ୍ତିଖପର,ତୀରକମାଣ, ଦୁର୍ଗା ବେଶ ରେ ଭକ୍ତ ମାନଙ୍କୁ ମା ଦର୍ଶନ ଦେଇଥାନ୍ତି । ଏଥିପାଇଁ ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ କରୁଣା ଲାଭ କରିବାକୁ ଅ।ସିଥାନ୍ତି ଏହି ପୀଠକୁ ।
 ମାନସିକ ରଖି ଏଠାରେ ମାଙ୍କ ପାଖରେ ଏହି ସମୟରେ ପୂଜାର୍ଚ୍ଚନା କଲେ ମନ ସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।



 J Sehti
Kakatapur News
କୋଣାର୍କ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts