Breaking News

ମହିଳା ଓଯୁବତୀ ମାନେ ପାଳିଲେ ଭାଇ ଜୀଉନ୍ତିଆ ଓଷା

 ବରଗଡ଼ _---- ଭାଇ ଜୀଉନ୍ତିଆ ଓଷା କାହିଁ କେଉଁ କାଳରୁ ହୋଇଆସୁଛି । ଯେଉଁପରି ତଅପୋଇ ତାର ଭାଇ ମାନଙ୍କ ପାଇଁ ଶୁଭ କାମନା କରିବା ସହ ଜଙ୍ଗଲରେ ହଜିଥିବା ଛେଳିକୁ ପାଇବା ପାଇଁ ମା ମଙ୍ଗଳାଙ୍କ ପାଖରେ ମାନସିକ କରି ପୂଜା କରିଥିଲା ।  ଠିକ ସେହିପରି ମା ଦୂର୍ଗାଙ୍କ ନିକଟରେ ଯୁବତୀ ଓ ମହିଳା ମାନେ ଭାଇ ଜୀଉନ୍ତିଆ ଉପବାସ କରିଥାନ୍ତି ।     ବରଗଡ଼ ଜିଲ୍ଲା ଏବେ ପବିତ୍ର ଦଶହରା ତଥା ଶାରଦୀୟ ଦୁର୍ଗାପୂଜା ଅବସରରେ ଉତ୍ସବ ମୁଖର ହୋଇଥିବା ବେଳେ ଶନିବାର ସକାଳୁ ବିହିତ ସପ୍ତମୀ ପୂଜା ଆରମ୍ଭ ହୋଇ ସନ୍ଦ୍ୟାରେ ମହାଷ୍ଟମୀ ତିଥିରେ  ଭକ୍ତିର ସହ ଭାଇ ଜୀଉନ୍ତିଆ ପାଳିତ ହୋଇଯାଇଛି। ମା ଦୁର୍ଗାଙ୍କ ଆବାହନ କରି ମହିଳା ଓ ଯୁବତୀ ମାନେ  ନିଜ ଭାଇର ମଙ୍ଗଳ ମନାସି ଦିନସାରା ନିର୍ଜଲା ଉପବାସ ରଖିଥିଲେ।ପୂଜା ମେଢ଼ ସାମ୍ନା ତଥା ବିଭିନ୍ନ ସ୍ଥାନରେ ଏକତ୍ରିତ ଭାଇର ମଙ୍ଗଳ ମନାସି ପୂଜାର୍ଚ୍ଚନା କରିଥିଲେ।  ମା ଦୁର୍ଗାଙ୍କୁ ଆବାହନ ସହ ଲିଆ,ଜୁଗାର ବିଭିନ୍ନ ପ୍ରକାର  ଫଳ,ଫୁଲ ଓ ନୈବେଦ୍ୟ ଦେଇ ବିଧିକ୍ରମରେ ପୂଜା କାର୍ଯ୍ୟ କରିଥିଲେ।ମା ଦୁର୍ଗାଙ୍କ ପୂଜା କରିବା ସହ ସ୍ତୁତି ଗାନ କରିଥିଲେ।ଉପବାସ କରିଥିବା ମହିଳାମାନେ ରବିବାର ସକାଳେ ନିଜ ଭାଇମାନଙ୍କୁ ପୂଜା ହୋଇଥିବା ଦୁବ ବନ୍ଦାଇ ମାଆଙ୍କ ନିକଟରେ ମଙ୍ଗଳ ମନାସିଥିଲେ।  ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts