ବିଜେପୁରରେ ବିଜେଡ଼ିର ବାଜିମାତ ପାଇଁ ମନ୍ତ୍ରୀ ଅରୁଣ ସାହୁ ସାରଥି ହେଲ
ନୟାଗଡ ------ ବିଜେପୁରରେ କିପରି ବିଜେଡି ବିଜୟ କରିବ । ରୀତା ସାହୁ ସପକ୍ଷରେ କିପରି ଅଧିକ ଭୋଟ ପଡିବ ସେନେଇ ବିଜେପୁରରେ ରାଜନୀତିର ଗଣିତ କଷୁଛନ୍ତି ଯୁବମନ୍ତ୍ରୀ ଅରୁଣ ସାହୁ । ୨୦୧୮ ଉପ -ନିର୍ବାଚନ ପରି ଏଥର ବି ଅରୁଣ ବିଜେପୁର ବ୍ଲକ ଦାୟିତ୍ୱରେ ଅଛନ୍ତି । ବିଭିନ୍ନ ପଡାରେ ବୈଠକ କରି ଭୋଟରଙ୍କୁ ମନାଉଛନ୍ତି । ଅକ୍ଟୋବର 21 ତାରିଖରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି କିପରି ଭଲ ଭୋଟରେ ବିଜୟ ହେବ ସେ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ଅରୁଣ ବିଜେପୁର ବ୍ଲକରେ ସାରଥୀ ହୋଇ ଜଗି ରହିଛନ୍ତି ।
ବିଜେପୁରରେ ଏବେ ଜୋରଦାର ପ୍ରଚାର ଆରମ୍ଭ ହେଲାଣି । ରାଜ୍ୟର ତିନି ପ୍ରମୁଖ ଦଳର ଯୋଦ୍ଧାମାନେ ବିଜେପୁର ମୁହାଁ ହୋଇଛନ୍ତି । ପୌର ନିର୍ବାଚନ ପୂର୍ଵରୁ ବିଜେପୁର ଉପ -ନିର୍ବାଚନ ହେଉଥୁବାରୁ ସବୁଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । ତେଣୁ କଳେବଳେ କୌଶଳେ ବିଜେପୁର ଗଡ଼ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଚେଷ୍ଟା କରୁଛନ୍ତି । ଗଲା ପଂଚାୟତ ନିର୍ବାଚନରେ ବିଜେପୁରରେ ବିଜେପି ଅଧିକ ଭୋଟ ପାଇଥିଲା । ତେଣୁ ଛାତ୍ର ଜୀବନରୁ ରାଜନୀତି କରୁଥିବା ଅରୁଣ ନିଜର ଚତୁର ଗୋଟି ଚାଳନ କରି କିପରି ବିରୋଧୀଙ୍କୁ ଧରାଶାୟୀ କରାଯିବ ସେ ଅଙ୍କ ବିଜେପୁର ବ୍ଲକରେ କଷୁଛନ୍ତି ଥିବା ଜଣାପଡିଛି ।
୨୦୧୮ ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେପୁର ବାଜି ଜିତିଥିଲା । ତେଣୁ ଏଥର ପୁଣି ବିଜେପୁରରେ ବିଜେଡି କିପରି ଭଲ ଭୋଟରେ ଜିତିବ ସେ ନେଇ ବିଜେଡ଼ିର ଯୁବ ବିଗ୍ରେଡିୟରମାନେ ଦିନରାତି ଏକ କରିଦେଇଛନ୍ତି । ଯାହାର ବିଜେପୁର ନିର୍ବାଚନର ସାରଥୀ ସାଜିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।