Breaking News

ଆନ୍ତର୍ଜାତୀୟ ରାଜ୍ୟ ସ୍ତରୀୟ ଫୁଟବଲ ଓ ଟେନିକୋଏଟ ପ୍ରତିଯୋଗିତା ଉଦଯାପିତ

  ବରଗଡ଼-----  ବରଗଡ଼  ଜିଲ୍ଲା ଶିକ୍ଷା ବିଭାଗର ତତ୍ୱବାଧାନରେ ଆନ୍ତର୍ଜାତୀୟ ରାଜ୍ୟ ସ୍ତରୀୟ ଫୁଟବଲ ଓ ଟେନିକୋଏଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀଙ୍କ ସଭାପତିତ୍ୱରେ ଉଦଯାପିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ପାରା ବେଟମିଣ୍ଟନ ପୁରସ୍କାର ବିଜେତା ପ୍ରମୋଦ ଭଗତ ଯୋଗଦେଇଥିଲେ । ସମ୍ବାନୀତ ଅତିଥି ଭାବେ ଡିଇଓ ଝାରସୁଗୁଡ଼ା ମିତ୍ରଭାନୁ କଛପା ,ଡିଏସଓ ସୁନ୍ଦରଗଡ ଅଭୟ କୁମାର ପଟ୍ଟନାୟକ, ଏଥେଲେଟିକ କୋଚ୍ ସୁନ୍ଦରଗଡ ସୁସ୍ମିତା ଦତ୍ତ ଯୋଗ ଦେଇଥିଲେ। ସେହିପରି  ଅନ୍ୟ ମାନଙ୍କର ମଧ୍ୟରେ ମଞ୍ଚାସିନ ଅତିଥି ଭାବେ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ସରିତା ସୁରେନ ,ଚନ୍ଦନ ରୋୟେ,ସୁସ୍ମିତା ତାଣ୍ଡି,ମନୀଷା ନାୟକ,ମଞ୍ଜୁ ଗୁଞ୍ଜୁ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଅତିଥି ମାନଙ୍କୁ  ବିଦ୍ୟାଳୟ ଗେଟ୍ ନିକଟରୁ ପାଛୋଟି ଆଣିବା ପରେ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା ।  ସିଦ୍ଧାର୍ଥ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପ୍ରତିପାଦନ କରାଯାଇଥିଲା । ସିଦ୍ଧାର୍ଥ ସ୍କୁଲ ର ଅଧକ୍ଷ ଜି ଶ୍ରୀନିବାସ ରାଓ ସ୍ୱାଗତ ଭାଷଣରେ  ଦେଇଥିଲେ ।  ଏହି ଉତ୍ସବ ରେ ବରଗଡ଼,ନୂଆପଡା, ନବରଙ୍ଗପୁର, ମୟୁରଭଞ୍ଜ, ଭଦ୍ରକ,ସୋନପୁର, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ଼,ବାଲେଶ୍ୱର,କଟକ,ଦେବଗଡ଼, ଯାଜପୁର,କନ୍ଦମାଲ,ଅନୁଗୁଳ,ବଲାଙ୍ଗିର, କେନ୍ଦ୍ରାପଡା, ଭୁବନେଶ୍ୱର,ଝାରସୁଗୁଡା ଜିଲ୍ଲାର ଛାତ୍ରଛାତ୍ରୀ ଖେଳାଳୀ ମାନେ ଯୋଗଦେଇଥିଲେ । ଫୁଟବଲ ଖେଳରେ ଫାଇନାଲରେ ଭୁବନେଶ୍ୱର ଓ ବରଗଡ ଦଳ ଖେଲିଥିଲେ । ସେଥି ମଧ୍ୟରୁ ଭୁବନେଶ୍ୱର ବିଜୟି ଲାଭ କରିଥିଲେ। ସେହିପରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ଅତିଥିମାନଙ୍କୁ ଫୁଲତୋଡା, ଉପଢ଼ୌକନ ଦେଇ ଅତିଥି ମାନଙ୍କୁ ସମର୍ଦ୍ଧନା କରାଯାଇଥିଲା ।  ଅତିଥିମାନଙ୍କ ଦ୍ଵାରା ସଫଳତା ଲାଭ କରିଥିବା  ଦଳ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ କ୍ରୀଡା ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଶେଷରେ ଜିଲ୍ଲା ଶିକ୍ଷା ଶାରୀରିକ ନିରୀକ୍ଷକ ତ୍ରୈଲୋକ୍ୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


N das
Baragada news
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts