Breaking News

ଜୋନ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

ହିଞିଳିକାଟୁ--_----- ହିଞିଳିକାଟୁ  ପୋୖର ପରିଷଦ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ମଧ୍ୟରେ ଜୋନ ସ୍ତରୀୟ ବାର୍ଷିକ ୨୦୧୯ ବର୍ଷର ଖେଳକୂଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଶେରଗଡ ବିଇଓ ଭାସ୍କର ପ୍ରସାଦ ଲେଙ୍କା, ସ୍ଥାନୀୟ ବିଇଓ  ବସନ୍ତ କୁମାର ପଣ୍ଡାଙ୍କ  ଆବାହକ ଓ ଏବିଇଓ  ବିଶ୍ୱନାଥ ମହାରଣା ନିମେଇ ଚରଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଇଓ ଶ୍ରୀ ଲେଙ୍କା କ୍ରୀଡ଼ା ପତାକା ଉତ୍ତୋଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଖେଳକୁଦ ଜୋନ ସ୍ତରରେ ଶେରଗଡ ବ୍ଳକ ଓ ହିଞିଳିକାଟୁ ବ୍ଳକର କ୍ରୀଡା ଶିକ୍ଷକମାନେ ଉପସ୍ଥିତ ରହିଥିଲେ  ।ଏହି ପ୍ରତିଯୋଗୀତାରେ ଶେରଗଡ ବ୍ଳକର ବିଭିନ୍ନ ଖେଳକୁଦ ରେ ଭାଗ ନେବା ପାଇଁ  ମୋଟ ୩୬ ଜଣ ଓ ସ୍ଥାନୀୟ ବ୍ଳକ ପକ୍ଷରୁ ୭୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥି ମଧ୍ୟରୁ ୭୦ଜଣ ପ୍ରତିଯୋଗୀ ଆଗାମୀ ଜିଲ୍ଲା ସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ ନିମନ୍ତେ ମନୋନୀତ ହୋଇଥିଲେ  ।  ଏହି ପ୍ରତିଯୋଗିତାରେ  ଖୋଖୋ, କବାଡି,କ୍ରିକେଟ, ଆଥଲେଟିକ,ଦୌଡ଼ ୧ଶହ ,୨ସହ,୮ସହ ୧୫ସହ ୩ହଜାର ମିଟର, ଡିସ୍କସ ଭଳି ପ୍ରଭୃତି କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ସିଆରସିସି ରଘୁନାଥ ସାହୁ,କ୍ରୀଡା ଶିକ୍ଷକ ବଟକୃଷ୍ଣ ପଣ୍ଡା, ଦୁର୍ଗାମାଧବ ପଣ୍ଡା, ତପନ କୁମାର ପାଣିଗ୍ରାହୀ, ବେଣୁଧର ନାୟକ ବିଭୁତି ପଟନାୟକ, ଅଶୋକ ପାଢ଼ୀ, ପ୍ରମୁଖ  ସହଯୋଗ କରିଥିଲେ । 


 P Panda
Hinjulikahtu news
ହିଞ୍ଜିଳିକାଟୁ ରୁ ପ୍ରିୟବ୍ରତ ପଣ୍ଡା

Blog Archive

Popular Posts