 |
Atabira news |
ବରଗଡ଼------ପାଞ୍ଚ ଦିନ ହେଲା ପାହାଡ଼ଶ୍ରୀଗିଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ନାହିଁ । ପାଣି କିଣି କି ରୋଗୀ ମାନେ ଶୈଚ ହୋଉଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କାଗଜ ପତ୍ରରେ ସୀମିତ ରହିଛି ବୋଲି କୁହାଯାଏ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡ଼ ଶ୍ରୀଗିଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି।ଏହି ଅଞ୍ଚଳଟି ଆଦିବାସୀ ତଥା କୃଷି ବହୁଳ ଅଞ୍ଚଳଭାବେ ପରିଚିତ।ଏହି ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ତଥା ଆନ୍ତରିକତା ଅଭାବ ଯୋଗୁ ଅଞ୍ଚଳରେ ଦିନ ଦିନ ଧରି ଅନ୍ଧାରରେ ଲୋକେ କାଳାତିପାତ କରୁଛନ୍ତି । ଏବେ ସ୍ବାସ୍ଥ୍ୟ କେନ୍ଦ୍ରରେ ପାଞ୍ଚ ଦିନ ହେବ ବିଦୂତ ସେବା ବନ୍ଦ ରହିଥିବା ଜଣାପଡିଛି । ବିଦ୍ୟୁତ ସେବା ବନ୍ଦ ଥିବାରୁ ଓଭର ହେଡ଼କୁ ପାଣି ମୁନ୍ଦାଏ ବି ଯାଉନାହିଁ। ଯାହାକି ଏବେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ସମସ୍ୟା ହୋଇପଡିଛି ପାଣି ।ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ପାହାଡ଼ିଆ ଅଞ୍ଚଳରେ ଥିବାରୁ ଗମନାଗମନର ସୁବିଧା ମଧ୍ୟ ନାହିଁ।ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସେବା ବନ୍ଦ ଥିବା ଯୋଗୁଁ ପାଣି ଓ ଲାଇଟ ନାହିଁ । ଯାହାକି ଛୋଟ ମୋଟ ଘଟଣା ଆସିଲେ ପ୍ରାୟ ୨୫/୩୦ କିଲୋମିଟର ଦୂରରେ ଥିବା ବୁର୍ଲା ବଡ଼ ମେଡ଼ିକାଲକୁ ରେଫର କରିଦିଆଯାଉଛି। ଯଦ୍ଵାରା ଅନେକେ ରାସ୍ତାରେ ବିଲମ୍ବତା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରୁଛନ୍ତି ।ଏନେଇ ବିଦ୍ୟୁତ ବିଭାଗ ଜିଲ୍ଲା ଅଧିକାରୀ ତଥା ଅତାବିରା ଏସଡ଼ିଓ ବିଜୟ ବେହେରାଙ୍କୁ ସ୍ଥାନୀୟ ବାସୀ ଅଭିଯୋଗ କରିଥିଲେ ହେଁ ଆଜି ପର୍ୟ୍ଯନ୍ତ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଲୋକେ କହନ୍ତି। ୭୫ ହଜାର ଟଙ୍କା ଦେଲେ ଟ୍ରାନ୍ସଫର୍ମର ଲଗେଇବୁ ନହେଲେ ସେମିତି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ଧାରରେ ରହିବ ବୋଲି ବିଦ୍ୟୁତ ବିଭାଗର ଏସ୍ ଡିଓ ଶ୍ରୀ ବେହେରା କହିଥିବାର ଲୋକେ କହନ୍ତି।ଏନେଇ ବିଦୂତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ ହୋଇଛି । ହେଲେ ତାହା ବିଚାର ଶୂନ୍ୟ ହୋଇଛି । ଏହି ଘଟଣା ଯୋଗୁ ଆଜି ସ୍ୱାସ୍ଥ୍ୟ କେନ୍ଦ୍ରରୁ ରେଫର ହୋଇ ରୋଗୀ ମାନେ ବୁର୍ଲା ଯାଇଥିବା ଜଣାପଡିଛି । ଯଦି ରାସ୍ତାରେ କିମ୍ବା କୌଣସି ରୋଗୀର ଅଘଟଣ ଘଟେ ତେବେ ପ୍ରଶାସନ ଦାୟୀ ରହିବ ବୋଲି ଜଣସାଧରଣଙ୍କ କହିଛନ୍ତି । ତୁରନ୍ତ ଏଦିଗରେ ସରକାର ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।ନଚେତ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନର ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ