Breaking News

ବିଶ୍ୱ ବୟେଜ୍ୟେଷ୍ଠ ନାଗରିକ ଦିବସରେ ସ୍ୱାସ୍ଥ୍ୟ ସେବା ଶିବିର


 D senapati
Sakhigopal News
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ଠାରେ ଥିବା ନଡିଆ ମାର୍କେଟ ପରିସରରେ ବିଶ୍ୱ ବୟେଜ୍ୟେଷ୍ଠ ନାଗରିକ ଦିବସ ହେଲେପ୍ ଏଜେ ଇଣ୍ଡିଆ ପକ୍ଷରୁ ପାଳିତ ହୋଇଯାଇଛି । ଜଗନ୍ନାଥଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟର୍ପଣ ଓ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ  ।  ଅନୁଷ୍ଠିତ ସଭାରେ ମଖ୍ୟ ଅତିଥି ଭାବେ  ସମାଜର ସମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ,  ସମ୍ମାନୀୟ ଅତିଥି ଭାବେ ଡ. ପ୍ରଦୀପ ହରିଚନ୍ଦନ ଯୋଗଦେଇ କହିଥିଲେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ହେଲେପ ଏଜେ ଇଣ୍ଡିଆ ଭଳି ଅନ୍ୟ ଅନୁଷ୍ଠାନ ଆଗେଇ ଆସିବା ଦରକାର ହୋଇପଡିଛି । ହେଲେପ୍ ଏଜେ ଇଣ୍ଡିଆର ପୋଗ୍ରାମ ଅଫିସର ଶୈଳସ ଚନ୍ଦ୍ର ନାୟକ ଅତିଥି ପରିଚୟ କରିବା ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା  ଦେଇଥିଲେ  । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା  । ଡା, ରାମଚନ୍ଦ୍ର ଧଳ ଓ ଫାର୍ସାସିଷ୍ଟ ପ୍ରସାଦ ପରିଚନ୍ଦନ , ସାମାଜିକ କର୍ମୀ ସୁକାନ୍ତ ଭଞ୍ଜ, ହେଲେପେ ଏକେ ଇଣ୍ଡିଆର ପ୍ରାକ୍ତନ ଅଧିକାରୀ ଦାମୋ ଦର ସାହୁ ପ୍ରମୁଖ ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ  । ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟୃ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା  ।  ରଞ୍ଜୟ କୁମାର ଦାସ ଅନୁଷ୍ଠାନର ଅଧିକାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅମୂଲ୍ୟ କୁମାର ଜେନା  ଧନ୍ୟବାଦ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ଆକାଶ ସ୍ୱେଚ୍ଚାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts