Breaking News

ବିଶ୍ୱ ବରିଷ୍ଠ ନାଗରିକି ଦିବସରେ ବିଧାୟକ ଭର୍ତ୍ତା ବାଣ୍ଟିଲେ


 D Senapati
Delang News
ଡେଲାଙ୍ଗ ---- ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ପିପିଲି- ଡେଲାଙ୍ଗର ବିଧାୟକ ପ୍ରଦୀପ ମହାରଥୀ ବ୍ଳକ କାର୍ଯ୍ୟାଳୟ ପରିସରରେ ୪୨୬ ଜଣଙ୍କୁ ବିଧବା, ଦିବ୍ୟାଙ୍ଗ ଓ ସ୍ୱାମୀ ପରିତକ୍ତା ମହିଳା ମାନଙ୍କୁ ଭର୍ତ୍ତା ବାଣ୍ଟିଛନ୍ତି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଭର୍ତ୍ତା ବଣ୍ଟନ କରାଯାଇଥିଲା  । ବିଶେଷ କରି ଯେଉଁମାନେ ୬୦ ଭାଗରୁ ଅଧିକ ଦିବ୍ୟାଙ୍ଗ ସେମାନଙ୍କୁ ମାସକୁ ସାତଶହ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ମାସକୁ ୫ଶହ ଟଙ୍କା ଭର୍ତ୍ତା ପ୍ରଦାନ କରାଯାଇଛି ବୋଲି ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସଙ୍କ ଠାରୁ ପ୍ରକାଶ  । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  । ବ୍ଳକର ପୋଗ୍ରାମ ସହକାରୀ ସୁଜତା ଭୁଜବଳ ଓ ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ  । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts